ମହିଳାଙ୍କର ଅନୈତିକ ସଂପର୍କ ଥିବାରୁ ଲୋକ ଲଗାଇ ଉଠାଇ ନେଇ  ବିଧବାଙ୍କୁ ଗଣଦୁଷ୍କର୍ମ !

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଧବା ଗଣଦୁଷ୍କର୍ମ ଅଭିଯୋଗ। ୬ ଜଣ ଦୁର୍ବୃତ୍ତ ମହିଳା ଓ ତାଙ୍କର ୨ ଜଣ ସଂପର୍କୀୟଙ୍କୁ  ନିସ୍ତୁକ ମାଡ଼ ମାରିବା ସହିତ ଏକ ବୋଲେରୋ ଗାଡ଼ିରେ ନେଇ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗରରେ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ୬ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ସହିତ ନାରକୀୟ କାଣ୍ଡ ଘଟାଇବାକୁ ଚେଷ୍ଟା କରିଥିଲେ। ମହିଳାଙ୍କ ସାଙ୍ଗରେ ଥିବା ତାଙ୍କ ଜ୍ବାଇଁ ଏବଂ କାମକରାଇବାକୁ ଆଣିଥିବା ମାଲିକଙ୍କୁ ମଧ୍ଯ ନିର୍ଧୁମ ମାଡ଼ମାରି ସେହି ବୋଲେରୋରେ ଆଣି ବଡ଼ପାଳ ଗୋଡ଼ା ନିକଟରେ ରାସ୍ତାକଡ଼ରେ ପକାଇ ଚାଲିଯାଇଥିଲେ ।

ପୀଡିତା ମହିଳା ଜଣକ ଚଣ୍ଡିଖୋଲର ଏକ ଘରୋଇ ହସ୍ପିଟାଲରେ ସୁଇପର ଭାବେ କାମ କରୁଥିଲେ । ତେବେ ଜଣେ ଯୁବକଙ୍କ ସହିତ ଏହି ପୀଡ଼ିତାଙ୍କ ସଂପର୍କ ସନ୍ଦେହ କରି ଯୁବକଙ୍କ ପତ୍ନୀ  ତାଙ୍କର ୨ ଭାଇ ଓ ଅନ୍ୟ ୪ ଜଣ ଯୁବକଙ୍କୁ ଲଗାଇ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି।   ମାର୍ଶାଘାଇ ଥାନା ପଳାସପୁର ଗ୍ରାମର ଜଣେ ଯୁବକ ପୀଡିତା ମହିଳାଙ୍କୁ ନିଜ ଚାଷ କାମରେ ଲଗାଇବାକୁ କହି ଡାକି ଆଣିଥିଲେ । ମହିଳା ଜଣଙ୍କ ଉକ୍ତ ଯୁବକ ଙ୍କ ପାଖରେ ରହି ୧୫ ଦିନ ହେବ କାମକରୁଥିଲେ । ମାତ୍ର ଏହାକୁ ଉକ୍ତ ଯୁବକଙ୍କ ସ୍ତ୍ରୀ ସଂନ୍ଦେହ କରି ମହିଳାଙ୍କ ଠାରୁ ଦୂରେଇ ରହିବାକୁ କହୁଥିଲେ ।

ଗବ ବିଲରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନବମ ଶ୍ରେଣୀ ଛାତ୍ର