କୋଣାର୍କରେ ବନ୍ଦ କୋଠରୀରେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନରେ ୧୦ ଜଣ କଲେ ଗଣ ଦୁଷ୍କର୍ମ  !

ଭୁବନେଶ୍ବର : ବନ୍ଦ କୋଠରୀରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବନ୍ଦ କୋଠରୀରେ ଯୋର ଜବରଦସ୍ତ ଅଟକ ରଖି ୧୦ ଦିନରେ ୧୦ରୁ ୧୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କରେ ।

କୋଣାର୍କରେ ନିକଟରେ ଏକ ମାର୍କେଟ କମ୍ପଲେକ୍ସରେ କଲିକତାର ଜଣେ ଯୁବତୀଙ୍କୁ ଅଟକ ରଖି  ୧୦ ଦିନ ଧରି ଗଣ ଦୁଷର୍କର୍ମ  ହେଉଥିଲା । ସୁଯୋଗ ଦେଖି ଯୁବତୀ ଜଣଙ୍କ ଛାତ ଉପର କବାଟ ଭାଙ୍ଗି ଉଦ୍ଧାର ପାଇଁ ଲୋକଙ୍କୁ ସହାଯ୍ୟ ମାଗିଥିଲା । ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଅଗ୍ନି ଶ୍ରମ ବାହିନି ଘଟଣା ସ୍ଥଳରେ ପହଁଚି ଥିଲେ । ଘରର କବାଟ ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଯୁବତୀଙ୍କ ଚିକିତ୍ସା ଲାଗି ପ୍ରଥମେ ଗୋପ ଡାକ୍ତରଖାନା ଓ ପରେ  ପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଚାକିରୀ ଦେବାକୁ କହି କଲିକତାରୁ ଯୁବତୀଙ୍କୁ ଅଣଆଯାଇଥିଲା । ପ୍ରଥମେ  ଏକ ଲଜରେ ରଖାଯାଇ ତାଙ୍କୁ ଦେହ ବବ୍ୟସାୟରେ ଲଗାଯାଉଥିଲା । ଏଇ କିଛି ଦିନ ହେଲା ତାଙ୍କୁ କୋଣାର୍କର ନିକଟ ଏକ ଘରକୁ ଅଣାଯାଇ ହାତ ବନ୍ଧାଯାଇ ରଖାଯାଇଥିଲା । ୧୦ ଦିନରେ ୧୫ରୁ ଅଧିକ ଲୋକେ ତାଙ୍କୁ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ତାଙ୍କୁ କଲିକତାରୁ ଆଣିବା ଓ ଦେହବଯବସାୟରେ ଲଗାଇବା ପଛରେ ଜଣେ ଯୁବତୀଙ୍କ ସମେତ ଆହୁରୀ ଅନେକ ସାମିଲ ଥିବା ସେ କହିଛନ୍ତି ।