ତନ୍ତ୍ର,ମନ୍ତ୍ରରେ ବଶ କରି ନବ ବିବାହିତାଙ୍କୁ ଦିଷ୍କର୍ମ କଲା ତାନ୍ତ୍ରୀକ, ଝାମ୍ପି ପଡିଲେ ନଣଦେଇ ଓ ଦେଢଶୁର

ହରିଆଣା : ତନ୍ତ୍ର,ମନ୍ତ୍ରରେ ବଶ କରି ନବ ବିବାହିତାଙ୍କୁ ଦୁଷ୍କର୍ମ । ଦିନେ କି ଦୁଇ ଦିନ ନୁହେଁ ତିନି ଦି କାଳ ଦୁର୍ଷର୍ମ କଲା ଆଉ ପରିବାର ଲୋକ ବି ଏହାର ଫାଇଦା ନେଲେ । ଏମିତିକି ଗୁଣି ଗାରେଡିର ଫାଇଦା ନେଇ ନବ ବିବାହିତାର ଦେଢଶୁର ଓ ନଣଦେଇ ( ନଣନ୍ଦର ସ୍ୱାମୀ) ବି ଦୁଷ୍କର୍ମ କଲେ । ଏମିତି ଅଭଇଯୋଗ ଆଣଇଛନ୍ତି ନବ ବିବାହିତାର ବାପା । ଆଉ ଏଭଳି ଘଟଣା ଘଟିଛି ହରିଆଣାର ଯମୁନା ନଗରରେ । ସୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାଇ ସେପ୍ଟେମ୍ବର ୧୨ରେ ଯମୁନାନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କୁରୁକ୍ଷେତ୍ରର ଜଣେ ଯୁବତୀ ବିବାହ କରିଥିଲେ। ବାହାଘର ପରେ ପୁଅ ଘର ଲୋକ ଝିଅର ବାପାଙ୍କୁ ଫୋନ୍‌ କରି ତୁମ ଝିଅ ଜଣେ ମାନସିକ ରୋଗୀ ବୋଲି କହିଥିଲେ। ଏକଥା ଶୁଣି ବାପା ସଙ୍ଗେସଙ୍ଗେ ଝିଅର ଶାଶୂଘରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଝିଅକୁ ଅଚେତ୍‌ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଝିଅର ଚେତା ଫେରିବା ପରେ ସେ ବାପାଙ୍କ ଆଗରେ ସବୁ କଥା କହିଥିଲେ।

ତାଙ୍କ ଅଭିଯୋଗ ଅନୁଯାୟୀ, ବାହାଘରର ପ୍ରଥମ ଦିନ ଶାଶୂଘର ଲୋକେ ଜଣେ ତାନ୍ତ୍ରିକଙ୍କୁ ଘରକୁ ଡାକିଥିଲେ। ସେହି ତାନ୍ତ୍ରିକ ଜଣଙ୍କ ଗୁଣି ଗାରେଡ଼ି ଦ୍ୱାରା ତାଙ୍କୁ ବଶ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇ ଥିଲେ। ୩ ଦିନ ପର୍ଯ୍ୟନ୍ତ ତାନ୍ତ୍ରିକଙ୍କ ଜଣଙ୍କ ମହିଳାଙ୍କୁ ମନଭରି ଉପଭୋଗ କରିଥିଲେ। ଏହି ସମୟରେ ମହିଳାଙ୍କ ଦେଡ଼ଶୁର ଓ ନଣନ୍ଦଙ୍କ ସ୍ୱାମୀ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ତିନିଦିନ ମଧ୍ୟରେ ମହିଳାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ବାପା କହିଛନ୍ତି, ଏହି ଘଟଣାରେ ମୋ ଝିଅର ଶାଶୂ ଓ ଦୁଇ ଜଣ ନଣନ୍ଦ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।