୧୯ ବର୍ଷୀୟ ଛାତ୍ରୀଙ୍କୁ ନିଶା ଇଞ୍ଜେକସନ ଦେଇ ୮ ଘଣ୍ଟା ଦୁଷ୍କର୍ମ କଲେ ୧୨ ଯୁବକ, ଅସୁସ୍ଥ ହେବାରୁ ଡାକ୍ତରଙ୍କୁ ଡାକିଲେ ..ତା ପରେ

ଚଣ୍ଡିଗଡ : ନିଶା ଇଞ୍ଜେକସନ ଦେଇ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଛି । ଯୁବତୀଙ୍କୁ ବଳପୂର୍ବକ ଅପହରଣ କରି ନିଶା ଇଞ୍ଜେକସନ ଦେଇ ୧୨ରୁ ଉର୍ଧ ଯୁବକ ଆଠ ଘଣ୍ଟା ଯାଏ ଗଣ ଦୁଷ୍କର୍ମ କରିଥିଲେ । ଆଉ ଯେତେବେଳେ ପୀଡିତାଙ୍କ ରକ୍ତଚାପ କମ ହୋଇ ଅସୁସ୍ଥ ହୋଇ ପଡିଥିଲେ ସେତେବେଳେ ଦୁଷ୍କର୍ମକାରୀମାନେ ବିଚଳିତ ହୋଇ ଚିକିତ୍ସା ଲାଗି ଡାକ୍ତଙ୍କୁ ଫୋନକରି ଡାକିଥିଲେ । ଏଭଳି ଅଭିଯୋଗ ଆସିଛି ଚଣ୍ଡିଗଡର ରେଓାରୀରେ । ପୋଲିସ ଘଟଣାର ତଦନ୍ତ କରୁଛି । ଚିକିତ୍ସା ଲାଗି ଆସିଥିବା ଡାକ୍ତରଙ୍କ ଠାରୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରୁଛି ପୋଲିସ ।

ସୂଚନାଯୋଗ୍ୟ, ଯୁବତୀକୁ ନିଶା ଇନ୍‌ଜେକ୍‌ସନ୍‌ ଦେଇ ତା’ ସହିତ ବଳପୂର୍ବକ ୧୨ରୁ ଊର୍ଧ୍ୱ ଯୁବକ ଆଠଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। ଏଫଆଇଆର୍‌ରେ ଏଯାବତ୍‌ ତିନିଜଣ ଦୁଷ୍କର୍ମକାରୀଙ୍କ ନାମ ରହିଛି। ତିନି ଦୁଷ୍କର୍ମକାରୀ ହେଲେ ପଙ୍କଜ, ମନୀଷ ଓ ନିଷ୍ଣୁ ଏହି ସମସ୍ତଙ୍କ ଘର ପୀଡିତା ଗ୍ରାମରେ, ସେମାନେ ପୀଡିତା ଓ ତା’ର ପରିବାରକୁ ଭଲ ଭାବେ ଜାଣିଥିବା ବି ଜଣାପଡ଼ିଛି। ଡାକ୍ତର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପୀଡିତାର ବ୍ଲଡ୍‌ ପ୍ରେସର ସ୍ତର ବହୁତ କମ୍‌ ହୋଇ ଯାଇଥିଲା ସେଥିପାଇଁ ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା।  ଏହାପରେ ଡାକ୍ତର ସ୍ଥାନୀୟଲୋକଙ୍କୁ ପୀଡିତା ସହିତ ଘଟିଥିବା ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ। ଏହି କଥା ଧୀରେ ଧୀରେ ପୀଡିତା ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଶନିବାର ଡାକ୍ତରଙ୍କ ପରିଚୟ ଜାଣିବା ପରେ ରବିବାର ଥାନାକୁ ନେଇ ପଚରାଉଚରା ଜାରି ରଖିଛି ପୁଲିସ। କୁହାଯାଉଛି ଡାକ୍ତରଙ୍କ ବୟାନ୍‌ ଏହି ମାମଲା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରଖିଛି।

ଏପଟେ ରେଓ୍ଵାରି ଗଣ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍ଭେଷ୍ଟିଗେସନ୍‌ ଟିମ୍‌ (ଟିମ୍‌) ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନେଇଛି। ମେଓ୍ଵାତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନାଜ୍ନୀନ୍‌ ଭାସିନ ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି।

ଶନିବାର ଦିନ ମୁଖ୍ୟ ଅଭିଯୁକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଚିହ୍ନଟ ହେବା ପରେ ହରିୟାନା ପୁଲିସ ତିନି ଜଣଙ୍କର ଫଟୋ ରିଲିଜ୍‌ କରିଛି। ସେମାନେ ହେଲେ ମନୀଷ, ନିଷ୍ଣୁ ଏବଂ ପଙ୍କଜ। ପଙ୍କଜ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟକରି ରାଜସ୍ଥାନରେ ଅବସ୍ଥାପିତ।

(ଏହା ସାଙ୍କେତିକ ଫଟୋ)