ସମୁଦ୍ର କୂଳରୁ ଟେକି ନେଇ ରାସ୍ତା କଡରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରି ଟଙ୍କା ସୁନା ଲୁଟି ନେଲେ

ଗୋଆ : ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ । ସମୁଦ୍ର କୂଳରୁ ଟେକି ନେଇ ରାସ୍ତା କଡରେ ଦୁଷ୍କର୍ମ କରି ଛାଡି ଚାଲିଗଲେ । ଏମିତିକି ମହିଳାଙ୍କ ପାଖରେ ଥିବା ସୁନା, ଟଙ୍କା ଓ ବ୍ୟାଗ ଲୁଟି ନେଇ ଫେରାର ହୋଇଗଲେ ଦୁର୍ବତ । ଏମିତି ଘଟଣା ଘଟିଛି ବିଚ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଲାଭ କରିଥିବା ଗୋଆରେ । ଆଉ ଏମିତି ଦୁଷ୍କର୍ମର ଶୀକାର ହୋଇଛନ୍ତି ଜଣେ ବିଦେଶୀନି ।

ପୂର୍ବରୁ ଅନେକ ଥର ବିଦେଶର ମହିଳା ଭାରତ ଆସି ଦୁଷ୍କର୍ମର ଶିକାର ହେବା ଖବର ମିଳି ସାରିଥିବା ବେଳେ ଏବେ ଗୋଆରେ ପୁଣି ଜଣେ ବ୍ରିଟିଶ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଗୋଆ ସମୁଦ୍ର କୂଳରୁ ପୀଡ଼ିତାକୁ ଅଭିଯୁକ୍ତ ଟେକି ନେବା ସହ ରାସ୍ତା କଡ଼ରେ ଦୁଷ୍କର୍ମ କରିଥିଲେ । ଏହା ପରେ ତାଙ୍କ ପାଖରେ ଥିବା ଜରୁରୀ ଜିନିଷ ସବୁ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତା ସଂନ୍ଧ୍ୟା ୪ଟା ସମୟରେ ଗୋଆର ପାଲୋଲକ ବିଚ୍‌କୁ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ରେଳ ଷ୍ଟେସନ ଆଡ଼କୁ ନେଇ ଯାଇଥିଲା । ରେଳ ଷ୍ଟେସନ ପଛରେ ଥିବା ରାସ୍ତାରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ପାଖରେ ଥିବା ବ୍ୟାଗ୍‌ ନେଇ ଫେରାର ହୋଇ ଯାଇଥିଲେ । ଅଭିଯୋଗ ପାଇ ଏବେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ମହିଳାଙ୍କର ଅନୈତିକ ସଂପର୍କ ଥିବାରୁ ଲୋକ ଲଗାଇ ଉଠାଇ ନେଇ  ବିଧବାଙ୍କୁ ଗଣଦୁଷ୍କର୍ମ !