ଘରେ ଛାଡି ଦେବାକୁ କହି ଯୁବତୀଙ୍କୁ ଗଣ ଦୁଷ୍କର୍ମ !

ରାଉରକେଲା : ଘରେ ଛାଡିଦେବାକୁ କହି ଯୁବତୀଙ୍କୁ ଗଣ ଦୁଷ୍କର୍ମ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ର ଲହୁଣୀ ପଡା ଅଞ୍ଚଳରେ । ଗାଁ ଛକକୁ ଯାଇଥିଲେ ୧୬ ବର୍ଷିୟା ନାବାଳିକା । ଘରକୁ ଫେରିବା ବେଳେ ଗାଁର କିଛି ଯୁବକ ତାଙ୍କୁ ବାଇକରେ ଘରେ ଛାଡି ଦେବାକୁ କହିଥିଲେ । ଆଉ ନାବାଳିକାଙ୍କୁ ବିଲ ଭିତରକୁ ଟେକିନେଇ ଜବରଦସ୍ତ ଜଣକ ପରେ ଜେଣେ ଦୁଷ୍କର୍ମ କରିଥିବା ଅବିଯୋଗ ହୋଇଛି । ଅଭିଯୁକ୍ତ ମାନେ ଯୁବତୀଙ୍କ ଗାଁର ବୋଲି ଜଣା ପଡିଛି । ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଅଟକ ରଖିବା ସହ ଗୋଟିଏ ବାଇକ ଜବତ କରିଛି ।