ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ଆଜି ସେ ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଛନ୍ତି। ତାଙ୍କର ଅନେକ ସମର୍ଥକ ମଧ୍ୟ ଶଙ୍ଖ ଧରିଛନ୍ତି। ୪ ଦିନ ତଳେ କଂଗ୍ରେସ ଛାଡ଼ିଥିଲେ ଗଣେଶ୍ୱର। ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ଜଣେ ବିଜ୍ଞ, ତୃଣମୂଳ ସ୍ତରର ଟାଣୁଆ ନେତା ଭାବେ ସେ ଜଣାଶୁଣା ଥିଲେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାୟକ ହୋଇଥିଲେ। କିନ୍ତୁ ତା ପରଠୁ ସେ ବିଧାନସଭାକୁ ଆସିପାରି ନାହାନ୍ତି।

ଗତଥର କେନ୍ଦ୍ରାପଡ଼ା ଆସନରୁ ଲଢି କମ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗତ ୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ହେଉଥିଲା ସେ ବିଜେଡିରେ ମିଶିପାରନ୍ତି। ତାହା ସତ ପ୍ରମାଣିତ ହୋଇଛି। ଶଙ୍ଖ ଧରିଛନ୍ତି ଗଣେଶ୍ୱର ବେହେରା।