ଏଥର ଗଞ୍ଜାମରେ ହେବନି ଗଣେଶ ପୂଜା

ବ୍ରହ୍ମପୁର: କୋଭିଡ ୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।


ଜିଲ୍ଲାପାଳ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି,‘ କୋଭିଡର ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏଥିଲାଗି ସହଯୋଗ କରନ୍ତୁ ଏବଂ ଜରୁରୀକାଳୀନ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ ଅଧିକ ସଂକ୍ରମଣ ବନ୍ଦ କରିବା ପାଇଁ ଆପଣଙ୍କର ସହଯୋଗ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ଦୋକାନୀଙ୍କୁ ପଞ୍ଚସୂତ୍ରକୁ କଠୋର ଭାବରେ ଅନୁସରଣ କରିବାକୁ ପଡ଼ିବ।’

ସୂଚନାଯୋଗ୍ୟ,ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ପ୍ରତିବର୍ଷ ତାଳଚେରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ପ୍ରଭୁ ଗଜାନନ ।