ଝାରସଗୁଡାରେ ଆମ୍ବାଲା ଏୟାରବେସ ଓ ରାଫଲ ଥିମକୁ ନେଇ ପୂଜା ପାଇଲେ ବିଘ୍ନରାଜ

କରୋନା କଟକଣାରେ ନିଆରା ଗଣେଷ ପୂଜା

ଝାରସଗୁଡା:(ରିଙ୍କୁ ଦାଶ) ସାରା ଦେଶରେ କରୋନା କଟକଣା ଲାଗି ପୂଜା ପାର୍ବଣ ବନ୍ଦ ହୋଇଛି । ବିଭିନ୍ନ ଥିମ ନେଇ ପୂଜା ମଣ୍ଡପରେ ବିଘ୍ନରାଜଙ୍କ ପୂଜା କରାଯାଉନି। ହେଲେ ମନବଳ ଥିଲେ କରୋନା କଟକଣା ଭିତରେ ବି ନିଜ ଘରେ ନିଆରା ଥିମ ନେଇ ଶ୍ରୀ ଗଣେଷଙ୍କ ପୂଜା କରାଯାଇ ପାରିବ ତାହା କରି ଦେଖାଇଛନ୍ତି ଝାରସଗୁଡାର ଭୂଷଣ ଷ୍ଟିଲ ଟାଉନସିପରେ ଥିବା କନିଷ୍କ ସାକସେନା ।

ଗଣେଶ ପୁଜାରୁ ଆରମ୍ଭ ହୋଇଥାଏ ପାର୍ବଣ ର୍ ରୁତୁ |ଗଣେଶ ପୁଜାକୁ ନେଇ ଦେଶ ସାରା କୋଳାହଳ ହୋଇଥାଏ |ଚଳିତ ବର୍ଷ କିନ୍ତୁ କରୋନା ଯୋଗୁଁ ଭକ୍ତ ଓ ଭଗବାନ ଏକାଠି ହୋଇ ପାରିଲେନି |ଚାରିଆଡେ କଟକଣା କୁ ଦ୍ରୁଷ୍ଟିରେ ରଖି ମଣ୍ଡପ ଗୁଡିକରେ ଗଣେଷଙ୍କ ବିଗ୍ରହ ପୁଜା କରାଯାଇ ନଥିଲା |କିନ୍ତୁ ଗଣେଷଙ୍କୁ ପ୍ରତିବର୍ଷ ପୁଜା କରୁଥିବା ଭକ୍ତ ନିଜ ଘରେ ପୁଜା କରିବାକୁ ଭୁଲି ନଥିଲେ |ଆଜି ଆମେ ଏଠାରେ ଏମିତି ଏକ ଗଣେଷ ପୁଜା ଦେଖାଉଛୁ ଯାହା ଦେଖିଲେ ନିଶ୍ଚୟ ସମସ୍ତଙ୍କ ମନ ଉତଫୁଲ୍ଲିତ ହେବ |ଝାରସୁଗୁଡା ସିମ୍ମାବର୍ତ୍ତି ଠେଲକୋଲୋଇରେ ଥିବା ଭୁଷଣ ଶ୍ଟିଲ କାରଖାନା ଟାଉନସିପ୍ ରେ ରହୁଥିବା ଜଣେ ଯୁବତୀ ନିଜ ଘରେ ଗଣେଷଙ୍କ ବିଗ୍ରହ ରଖି ପୁଜା କରିଛନ୍ତି |କନିଷ୍କ ସାକ୍ସେନା ନାମ୍ନୀ ଜଣେ ଯୁବତୀ ପୁନେରେ ରହନ୍ତି |ଲକଡାଉନ୍ ଯୋଗୁଁ ନିଜ ପିତାଙ୍କ ଘରେ ରହୁଥିବା ଏହି ଯୁବତୀ ଏ ବର୍ଷ ଟିକେ ଭିନ୍ନ ଢଙ୍ଗରେ ଜାତୀୟତା ବୋଧ ଜାଗ୍ରତ କରିବାକୁ କରିଚ୍ଵ୍ହ୍ହନ୍ତି ଗଣେଷ ପୁଜା |ଭାରତ ନିଜ ଶତ୍ରୁ ରାଷ୍ଟ୍ର କୁ ଦମନ କରିବାକୁ ଆଣିଥିବା ରାଫେଲ ବିମାନ ସହ ଅମ୍ବାଲା ଏୟାରପୋର୍ଟର ଦ୍ରୁଶ୍ୟକୁ ଚିତ୍ର ମାଧ୍ୟମରେ ସଜେଇ ନିଜ ଘରେ କରିଥିବା ମଣ୍ଦପରେ ଗଣେଷଙ୍କ ମୁର୍ତ୍ତି ରଖି ପୁଜା କରୁଛନ୍ତି |ଆସନ୍ତା ଶୁକ୍ରବାର ଗଣେଷଙ୍କ ବିସର୍ଜନ କରିବାକୁ ମନସ୍ଥ କରିଥିବା କନିଷ୍କ କହିଛନ୍ତି ତାଙ୍କ ଘରକୁ ବହୁ ପଡୋଶୀ ଗଣେଶଙ୍କ ଦର୍ଶନ କରି ଆଶିର୍ବାଦ ନେଉଛନ୍ତି |ଏହି ସାଜସଜ୍ଜା ପାଇଁ କନିଷ୍କଙ୍କୁ ସହାୟତା କରିଛନ୍ତି ତାଙ୍କ ସାନ ଭାଇଅନିକେତ୍ ସାକ୍ସେନା ଓ ସାଙ୍ଗ ପ୍ରିୟାଂଶୁ ଶତପଥି |