ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ

ସୁବର୍ଣ୍ଣପୁର: ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’।...

ସୁବର୍ଣ୍ଣପୁର: ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି।

ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି କରୁଛନ୍ତି ଶାଢ଼ି। ଏହି କଳା କାରିଗରୀର ପଟାନ୍ତର ନାହିଁ। ଜିଲ୍ଲାର ଗାଁ ଗାଁରେ ଥିବା ହଜାର ହଜାର ବୟନଶିଳ୍ପୀଙ୍କ ଏହି କଳାଚାତୁରୀ ବିଶ୍ୱ ବସ୍ତ୍ର ବଜାରରେ ଚହଳ ସୃଷ୍ଟି କରିବା ସହ ଏହି ମାଟିକୁ ଦେଇଛନ୍ତି ଏକ ଭିନ୍ନ ପରିଚୟ। ତେବେ ଆଉ ପାଦେ ଆଗକୁ ଯାଇ ସୂତା ଓ ରଙ୍ଗରେ ସୂକ୍ଷ୍ମ ବାନ୍ଧକଳାକୁ ଉପଯୋଗ କରି ସେଥିରେ ଦେଶ ପ୍ରୀତିର ଭାବ ଭରି ଗଣେଶ ବୁଣିଛନ୍ତି ତ୍ରିରଙ୍ଗା ସଦୃଶ ଦେଖାଯାଉଥିବା ଏହି ‘ଅତୁଲ୍ୟ ଭାରତ’ ଶାଢ଼ୀ। ଏହି ଶାଢ଼ୀଟିକୁ ବୁଣିବା ପାଇଁ ତାଙ୍କୁ ୬ ମାସ ଲାଗିଥିଲା। ଆଉ ଏଥିପାଇଁ ସେ ୬୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଅଗଷ୍ଟ ୧୫ ପୂର୍ବରୁ ଶାଢ଼ୀଟି ପ୍ରସ୍ତୁତ ହୋଇଥିବାରୁ ଦେଶର ସ୍ୱାଧୀନତା ପାଇଁ ତାଙ୍କ କଳା ସମର୍ପିତ ହୋଇପାରିଛି ବୋଲି କହିଛନ୍ତି ବାନ୍ଧଶିଳ୍ପୀ ଗଣେଶ ମେହେର।

ସେହିପରି ଗଣେଶ ମାଟିମା’ ଓ ମାତୃଭାଷାକୁ ନେଇ ବୁଣିଛନ୍ତି ‘ବର୍ଣ୍ଣଶିଖା’ ନାମରେ ଅନ୍ୟ ଏକ ଶାଢ଼ୀ। ଏହି ଶାଢ଼ୀରେ ଓଡିଆ ବର୍ଣ୍ଣମାଳାର ସବୁ ଅକ୍ଷର ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତା ‘ମାତୃଭୂମି ମାତୃଭାଷାରେ ମମତା’ର ଏକ ପଂକ୍ତିକୁ ବି ସାମିଲ୍‌ କରିଛନ୍ତି। ଏଥିସହ ସେ ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ପ୍ରାକୃତିକ ରଙ୍ଗର ବ୍ୟବହାର କରି ‘ନେଚର’ ନାଁରେ ଏକ ଭିନ୍ନ ଧରଣର ଶାଢ଼ୀ ବୁଣିଛନ୍ତି।

Spread the love
Categories
ଓଡିଶା

RELATED BY

  • ଆଖି ବୁଜିଲା ମହାବଳ ବାଘ ‘ଶୁଭ୍ରାଂଶୁ’

    ଭୁବନେଶ୍ୱର:  ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ୧୫ରେ  ତା’ର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି। ‘ଶୁଭ୍ରାଂଶୁ’ ରକ୍ତଜନିତ ସଂକ୍ରମଣରେ ପୀଡ଼ିତ ଥିଲା। ମାସେ ହେଲା...
  • ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

    ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା...
  • ଜାମିନ ପାଇଁ ହାଇକୋର୍ଟରେ ଆଶୀର୍ବାଦ ବେହେରା

    କଟକ : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପ୍ଟେମ୍ବର ୧୯ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା...
  • ଛେନା ଦର ବଢ଼ିଲା

    ଭୁବନେଶ୍ୱର : ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଛେନା ଦର ବୃଦ୍ଧି କରିଛନ୍ତି। ଛେନା କିଲୋଗ୍ରାମ ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପନିର୍‌ ଦର ମଧ୍ୟ କିଲୋଗ୍ରାମ୍‌ ପିଛା ୧୮...