ଗାନ୍ଧୀ ଶିଳ୍ପ ବଜାରରେ ଓଡ଼ିଶାର ସବାଇଘାସ ହସ୍ତଶିଳ୍ପ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ବିଭାଗ ଲିଃ (ଉତ୍କଳିକା) ଦ୍ୱାରା ମାର୍ଚ୍ଚ ୧୫ ତାରିଖଠାରୁ ଗାନ୍ଧୀ ଶିଳ୍ପ ବଜାର-୨୦୨୧ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି । ଭାରତ ସରକାରଙ୍କର ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀର ଆର୍ଥିକ ସହାୟତାରେ ଏହି ଗାନ୍ଧୀ ଶିଳ୍ପ ବଜାର ଅନୁଷ୍ଠିତ ହେଉଛି ।
ଏହି ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀରେ ଓଡ଼ିଶାର ସବାଇଘାସରେ ତିଆରି ବିଭିନ୍ନ ପ୍ରକାରର ସାମଗ୍ରୀ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସବାଇଘାସରେ ତିଆରି ଆକର୍ଷଣୀୟ ବ୍ୟାଗ୍‌, ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ଟ୍ରେ, ଡବା, ଚିଠି ବାକ୍ସ, ବାକ୍ସ, ଆସନ, ରୁଟି ରଖିବା ଡବା, ଯୋଗମ୍ୟାଟ ଆଦି ଅତି ସୁନ୍ଦର ଓ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି ।

gandhi silpa bazar
ପଶ୍ଚିମବଙ୍ଗର ଟେରାକୋଟା ଶିଳ୍ପ, ଯାହା ପୋଡ଼ା ମାଟିରେ ନିର୍ମିତ, ଯାହାକୁ ଦେଖିଲେ ତାହା ଯେ ସତରେ ମାଟିରେ ତିଆରି ହୋଇଛି ବିଶ୍ୱାସ କରିହେଉନି । ଶିଳ୍ପୀ ମହାଦେବ ଦାସ ଏହି କାମରୁ ମାସିକ ଅନୁ୍ୟନ ୪୦ ହଜାର ଟଙ୍କା ଆୟ କରୁଛନ୍ତି । ଦୁଇ କି ତିନି ମୁଠା ମାଟି ଅଥବା ଆଞ୍ଜୁଳାଏ ମାଟି ଯେଉଁଥିରେ ୫୦୦ରୁ ୧୦୦୦ ଟଙ୍କା ଆୟ, ତାହା ଆଖି ଝଲସିବା ଭଳି କଳାନୈପୁଣ୍ୟ । ସେହିଭଳି ପଶ୍ଚିମବଙ୍ଗର ବେତଶିଳ୍ପ, ଯାହା ଦେଖିଲେ ବିଶ୍ୱାସ କରିହୁଏ ନାହିଁ ଯେ ଏତେ ସରୁ ଓ ସୂକ୍ଷ୍ମ କାରୁକାର୍ଯ୍ୟ ହାତରେ ସମ୍ଭବ ହୋଇପାରିଛି । ସତରେ ମେସିନ୍‌କୁ ବଳିଯାଇଛି କାରିଗର ହାତର ସୂକ୍ଷ୍ମ ହସ୍ତକଳା । ଶିଳ୍ପୀ ପରିମଲ ସାହା ଆସାମରୁ ବେତ ସଂଗ୍ରହ କରି ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲ୍ଲା ଅନ୍ତର୍ଗତ ଅଠରନଳା ଗ୍ରାମରେ ଗୋଟିଏ କ୍ଷୁଦ୍ର ବେତଶିଳ୍ପ ପ୍ରତିଷ୍ଠାନ ଗଢ଼ିଛନ୍ତି ।

gandhi silpa bazar
ରାଜସ୍ଥାନର ଚମଡ଼ା ଶିଳ୍ପୀ ବାବୁଲାଲ ନାଗରଙ୍କ ଶିଳ୍ପ ଚାତୁରୀ ଦେଖିଲେ ଆଖିରେ ସ୍ୱତଃ ସୌନ୍ଦର୍ଯ୍ୟବୋଧର ତର ଙ୍ଗ ଉଠେ । ଉତ୍ତର ପ୍ରଦେ ଶର କାଚ ଶିଳ୍ପ ଦେ ଖିଲେ ଶଳ୍ପି ୀର ଶିଳ୍ପକଳା ପାଖରେ ମୁଣ୍ଡ ନ ଇଁଯାଏ । ମଣିଷର ହାତର କଳା କେତେ ଉଚ୍ଚକୋଟୀର, ଅସାଧାରଣ ହୋଇପାରେ ତା’ର ପ୍ରମାଣ ମିଳେ । ୧୬ଟି ରାଜ୍ୟର ଶହେ ଜଣ ଶିଳ୍ପୀ ଓ କାରିଗର ସେମାନଙ୍କର ଶିଳ୍ପକଳା, ଭାରତୀୟ କଳାଚେତନା ଓ ଶିଳ୍ପନୈପୁଣ୍ୟର ଗରିମାକୁ ଏହି ଗାନ୍ଧୀ ଶିଳ୍ପ ବଜାର ପ୍ରତିପାଦନ କରୁଛନ୍ତି । ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୨୪ ତାରିଖ ଦିନ ଗାନ୍ଧୀ ଶିଳ୍ପ ବଜାର ୨୦୨୧ର ଅନ୍ତିମ ଦିବସ ।