ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ଅବଧି ବୃଦ୍ଧି ନିଷ୍ପତିକୁ ସ୍ୱାଗତ କରିଛନ୍ତି ପୁରୀ ଗଜପତି ମହାରାଜା । ନିଷ୍ପତିକୁ ସ୍ୱାଗତ କରିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ମହାରାଜା ନିବେଦନ କରିଛନ୍ତି ।
ଏହି ଲକ୍ଡାଉନ୍କୁ ଆନ୍ତରିକତାର ସହ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରି ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଅତିଶୀଘ୍ର ଟଳିଯାଉ ବୋଲି କହିଛନ୍ତି ଗଜପତି। ସୂଚନାଥାଉକି, କୋରୋନା ମୁକାବିଲା ପାଇଁ ରାଜ୍ୟସରକାର ଲକ୍ଡାଉନ୍ ଅବଧିକୁ ଅପ୍ରେଲ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।