ହୋମ ଆଇସୋଲେସନରେ ପୁରୀ ଗଜପତି

ପୁରୀ: ହୋମ ଆଇସୋଲେସନରେ ପୁରୀ ଗଜପତି ମହାରାଜା। ବିଦେଶ ଭ୍ରମଣରେ ଯାଇଥିବା ଗଜପତି ଗତ ୧୫ ତାରିଖରେ ଭୁବନେଶ୍ୱରରେ ପହଂଚିଥିଲେ । ମହାରାଜା ଆମେରିକା ଯାଇ ବିଭିନ୍ନ ଜଗନ୍ନାଥ ଚେତନା କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସେ ନିଜ ନାମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି।

ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଯେଉଁମାନେ ମାର୍ଚ୍ଚ ୪ ପରଠୁ ବିଦେଶରୁ ଫେରିଛନ୍ତି ସେମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ। ଏହି କ୍ରମରେ ଗଜପତି ରାଜା ନିଜ ନାମ ପଞ୍ଜୀକରଣ କରିଛନ୍ତି। ପରିବାର ସହ ବିଦେଶ ଯାଇଥିବା ଗଜପତି ନିଜେ ହୋମ ଆଇସୋଲେସନରେ ରହିବା ସହ ନିର୍ଦ୍ଦେଶ ମାନିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଯେଉଁମାନେ ବିଦେଶ ଯାଇଥିଲେ ସେମାନେ ସହଯୋଗ କରନ୍ତୁ। ମାରାତ୍ମକ କରୋନାରୁ ସତର୍କ ରୁହନ୍ତୁ ବୋଲି କହିଛନ୍ତି ଦିବ୍ୟସିଂହ ଦେବ ।