ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସଫଳ ହେଲା

ପୁରୀ: ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଘୋଷଯାତ୍ରା । ସଫଳତାର ସହ ସମାପନ ହୋଇଛି । ସଫଳ ଆୟୋଜନ ନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସଫଳ ହେଲା ।

ଏହାସହ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ ଜଣାଇବା ସହ ଗଜପତି ମହାରାଜ କହିଛନ୍ତି, ସେବାୟତଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମହାପ୍ରଭୁଙ୍କ ଏହି ଯାତ୍ରା ସଫଳ ହେଲା । ସେହିପରି କୋଭିଡ୍ ନିୟମ ମାନିଥିବାରୁ ଓ ଘରେ ରହି ଶ୍ରୀଜିଉଙ୍କର ଘୋଷଯାତ୍ରା ଦେଖିଥିବାରୁ ଭକ୍ତଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ଦିବ୍ୟସିଂହ ଦେବ ।

ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ପୁରୀରେ ରଥଯାତ୍ରା ହୋଇଛି ଯ ମହାପ୍ରଭୁ ବଡ଼ଦେଉଳୁ ବାହାରି ରଥ ଚଢ଼ି ଗୁଣ୍ଡିଚା ମନ୍ଦିର ଗଲେ । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ପୁଣି ବାହୁଡ଼ିଲେ ନୀଳମଣି । ଏସମସ୍ତ ପ୍ରକ୍ରିୟା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । କେବଳ କୋଭିଡ୍ ନେଗେଟିଭ୍ ସେବାୟତ ମହାପ୍ରଭୁଙ୍କ ରଥ ଟାଣିଥିଲେ । ଶାନ୍ତିଶୃଙ୍ଖଳାର ସହ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।