ଜାମ୍ମୁ-କାଶ୍ମୀରରେ ବନ୍ଦ ପଡିଥିବା ୫୦ ହଜାର ହିନ୍ଦୁ ମନ୍ଦିରର ହେବ ସର୍ଭେ

ବେଙ୍ଗାଲୁରୁ :ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଉ ଏକ ବଡ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ସେଠାରେ ବନ୍ଦ ପଡିଥିବା ହିନ୍ଦୁ ସ୍କୁଲ ଏବଂ ମନ୍ଦିରଗୁଡିକୁ ନେଇ ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ କାଶ୍ମୀର ପଣ୍ଡିତ ମଣ୍ଡଳୀଙ୍କ ସହ ବାର୍ତ୍ତାଳାପ କରିଥିବା ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଜାମ୍ମୁ କାଶ୍ମୀରରେ ବନ୍ଦ ପଡିଥିବା ହିନ୍ଦୁ ମନ୍ଦିର ଓ ସ୍କୁଲ ଗୁଡିକ ପୁଣି ଥରେ ଖୋଲା ଯାଇପାରେ ବୋଲି ଆଶଙ୍କା କରାଯାଉଛି। 

ଆଜି ଗୃହ ରାଜ୍ୟମନ୍ତ୍ରୀ କିଶନ ରେଡ୍ଡୀ ବେଙ୍ଗାଲୁରୁରେ କହିଛନ୍ତି କି, ଆମେ କାଶ୍ମୀରରେ ବନ୍ଦ ସ୍କୁଲ ସଂଖ୍ୟା ଆକଳନ କରି ସେଗୁଡିକୁ ପୁନର୍ବାର କାର୍ଯ୍ୟକାରୀ କରିବାକୁ ସମିତି ଗଠନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଘାଟିରେ ପାଖାପାଖି ୫୦ ହଜାର ମନ୍ଦିର ବନ୍ଦ କରାଯାଇଛି। ଏଥିରେ କିଛି ମନ୍ଦିର ଗୁଡିକୁ ନଷ୍ଟ କରାଯାଇ ମୂର୍ତ୍ତିଗୁଡିକୁ କ୍ଷତିଗ୍ରସ୍ତ କରାଯାଇଛି। 

ହାଓଡି ମୋଦୀ କାର୍ଯ୍ୟକ୍ରମରେ ସମ୍ବୋନ୍ଧିତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିଥିଲେ। ଶିଖ୍ ସମୁଦାୟର ଲୋକମାନେ କରତାରପୁର କରିଡର ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ କାଶ୍ମୀର ପଣ୍ଡିତ ମଣ୍ଡଳୀମାନେ ଧାରା ୩୭୦ ଉଚ୍ଛେଦ ନେଇ ତାଙ୍କୁ ପ୍ରଶଂସା କରିଥିଲେ।