ନୂଆଦିଲ୍ଲୀ: ଡିସେମ୍ବରରେ ୭୫% କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ ଅଫିସ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ମାସରେ କଟକ ଏବଂ ଭୁବନେଶ୍ବରରେ ଥିବା ସରକାରୀ ଅଫିସରେ ୭୫% କର୍ମଚାରୀ କାମ କରିି ପାରିବେ। ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେ ନେଇ ଗୁରୁତ୍ବ ଦିଆଯିବ। ଏହା ସହ ସମସ୍ତ ସରକାରୀ ଅଫିସ ଶନିବାର ଦିନ ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।
କେଉଁ କର୍ମଚାରୀମାନେ ଅଫିସ ଆସି କାମ କରିବେ ତାହା ଅଫିସର ମୁଖ୍ୟ ସ୍ଥିର କରିବେ। ତେବେ ଜରୁରୀକାଳିନ ସେବାରେ ଥିବା ଅଫିସ ପୂରା କର୍ମଚାରୀଙ୍କୁ ନେଇ ଚାଲିବ। ଏସଆରସି ଏବଂ ଓଏସଡିଏମଏ ଅଫିସ, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଇତ୍ୟାଦି ଅଫିସଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଜଣା ପଡ଼ିଛି। ଅଫିସକୁ ଆସିଥିବା କର୍ମଚାରୀଙ୍କ ସହ ବିଭାଗର ମୁଖ୍ୟଙ୍କୁ କରୋନା ପ୍ରୋଟୋକଲ ମାନି ଚଳିବାକୁ ହେବ। ଯଦି କାମ କରିବା ସମୟରେ କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ଅଫିସ ପକ୍ଷରୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରୋଟୋକଲ ମାନି କାମ କରିବାକୁ ହେବ।
ଯେଉଁମାନଙ୍କୁ ଭିପିଏନ ସୁବିଧା ଦିଆଯାଇଛି, ସେମାନେ ଘରୁ କାମ କରିପାରିବେ। ହେଲେ ଦରକାର ପଡ଼ିଲେ ସେମାନଙ୍କୁ ଅଫିସ ଆସିବାକୁ ହେବ ଏବଂ ଫୋନରେ ଯୋଗାଯୋଗ ପାଇଁ ସବୁବେଳେ ଉପଲବ୍ଧ ହେବାକୁ ପଡ଼ିବ।
functioning of odisha government ofices during covid situation in december month 2020