ଆସନ୍ତାକାଲିଠାରୁ ଜଗତସିଂହପୁରରେ ସାଧାରଣ ଲୋକଙ୍କୁ ମିଳିବନି ପେଟ୍ରୋଲ

ଜଗତସିଂହପୁର: ଆସନ୍ତାକାଲିଠାରୁ ଜଗତସିଂହପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ମିଳିବନି ପେଟ୍ରୋଲ । ଆସନ୍ତାକାଲି ଦିନ ୧ଟା ପରେ ଏହି ନିୟମ ଲାଗୁ ହେବ । କେବଳ କରୋନା ମୁକାବିଲା ପାଇଁ ନିୟୋଜିତ ସରକାରୀ ଗାଡ଼ିକୁ ପେଟ୍ରୋଲ ମିଳିବ। ତାହା ବ୍ୟତୀତ ଅନ୍ୟ ଯାନଗୁଡିକୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତି ସମ୍ପର୍କରେ ଜିଲ୍ଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପକୁ ସୂଚାଇ ଦିଆଯାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଉଥିବ ଦେଖି ବିଭିନ୍ନ ଜିଲ୍ଲାରେ ଏଭଳି କଡ଼ା ପଦକ୍ଷେପ ନିଆଯାଉଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୩୯ରେ ପହଂଚିଛି ।