ବିନା ଗ୍ୟାରେଂଟିରେ ଏମଏସଏମଇକୁ ୩ ଲକ୍ଷ କୋଟି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଗତକାଲି ଦେଶକୁ ପଂଚମ ଥର ପାଇଁ ସମ୍ବୋଧିତ କରିବା ସମୟରେ ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଗରିବ, କୃଷକ ଓ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଆଜି ତାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିସ୍ତୃତ ଭାବରେ କହିଛନ୍ତି । ଏହି ଅର୍ଥନୈତିକ ପ୍ୟାକେଜ ଦେଶର କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ ବୋଲି ମୋଦି କହିଥିଲେ ।

from-rs-3-lakh-crore-in-collateral-free-loans-to-rs-50000-crore-equity-infusion-all-you-need-to-know-about-msme-package-announced-by-nirmala-sitharaman

ଅର୍ଥମନ୍ତ୍ରୀ କହିଛନ୍ତି ଲୋକାଲ ବ୍ରାଣ୍ଡକୁ ଗ୍ଲୋବାଲ କରିବାକୁ ହେବ ଏବଂ ଆମକୁ ଭୋକାଲ ହେବାକୁ ହେବ । ଆତ୍ମ ନିର୍ଭର ଭାରତର ୫ଟି ସ୍ତମ୍ଭ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି । ୫ଟି ସ୍ତମ୍ଭ ହେଉଛି ଅର୍ଥନୀତି, ଭିତିଭୂମି, ବ୍ୟବସ୍ଥା, ଜନସଂଖ୍ୟା ଓ ଚାହିଦା । ତେବେ ଆତ୍ମ ନିର୍ଭରଶୀଳତାର ଅର୍ଥ ବିଶ୍ୱଠାରୁ ଅଲଗା ହୋଇଯିବା ନୁହେଁ । ବିନା ଗ୍ୟାରେଂଟିରେ ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଅଣୁ, କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପଦ୍ୟୋଗୀକୁ ୪ ବର୍ଷ ପାଇଁ ଋଣ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ଫଳରେ ୪୫ ଲକ୍ଷ ଅଣୁ, କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପଦ୍ୟୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି. ୨୫ କୋଟି ବକେୟା ଥିବା କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପ ବି ଋଣ ନେଇପାରିବେ । ବାର୍ଷିକ ୧୦୦ କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା ସଂସ୍ଥା ନେଇପାରିବେ ଋଣ । ଭଲ ପ୍ରଦର୍ଶନ କରୁଥିବା ଏମଏସଏମଇ ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ଯାହା ଏମଏସଏମଇ ଆକାର ବୃଦ୍ଧି ପାଇଁ ସହାୟକ ହେବ । ଏଥିପାଇଁ ୧୦ ହଜାର କୋଟିର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯିବ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ପୋଷାକ ଉତ୍ପାଦଦନକାରୀ ଏମଏସଏମଇ କ୍ଷେତ୍ର ପାଇଁ ମଧ୍ୟ ଘୋଷଣା କରାଯାଇଛି । ୨୦୦ କୋଟି ପର୍ଯ୍ୟନ୍ତ କିଣାବିକା ପାଇଁ ଗ୍ଲୋବାଲ ଟେଣ୍ଡର ଅନାବଶ୍ୟକ । ଏହାଛଡା ଆଉ ତିନି ମାସ ପାଇଁ ଇପିଏଫ ଭରିବେ କେନ୍ଦ୍ର ସରକାର । ଜୁନ, ଜୁଲାଇ ଓ ଅଗଷ୍ଟ ମାସ ପାଇଁ କେନ୍ଦ୍ର ସରକାର ଇପିଏଫ ଭରିବେ । କର୍ମଚାରୀଙ୍କ ୧୨ ପ୍ରତିଶତ ଓ ନିୟୁକ୍ତି ଦାତାଙ୍କ ୧୨ ପ୍ରତିଶତ ସରକାର ଦେବେ । ୩.୬୭ ଲକ୍ଷ ନିଯୁକ୍ତିଦାତା ଓ ୭୨.୨୨ ଲକ୍ଷ କର୍ମଚାରୀ ଲାଭ ପାଇବେ । ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ପାଇଁ ଦେବାକୁ ଘୋଷଣା ହୋଇଥିଲା । ମାଇକ୍ରୋଫାଇନାନ୍ସକୁ ମଧ୍ୟ ୩୦ ହଜାର କୋଟି ଘୋଷଣା କରାଯାଇଛି ।