ଦିନକୁ ୮ ଘଂଟା ଡ୍ୟୁଟି, ସପ୍ତାହକୁ ଗୋଟିଏ ଛୁଟି: ପୋଲିସ ଡିଜି

କଟକ: ବର୍ତମାନ ସାରା ଦେଶ ଲକ୍‌ଡାଉନ୍ । ଏହି ଘଡିସନ୍ଧି ମୁହୁର୍ତରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ପୋଲିସ କର୍ମଚାରୀ । ତେବେ ତାଙ୍କର ସୁରକ୍ଷା ପାଇଁ ପୋଲିସ କର୍ମଚାରୀମାନେ ଦିନକୁ ୮ ଘଂଟା ଡ୍ୟୁଟି କରିବା ସହ ସପ୍ତାହରେ ଗୋଟିଏ ଛୁଟି ନେବେ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଏନେଇ ସେ ଆଜି ପ୍ରତ୍ୟେକ ଜିଲ୍ଲାର ଉଚ୍ଚ ପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଦୀର୍ଘକାଳୀନ କୋରୋନା କଟକଣା ଦୃଷ୍ଟିରୁ ଡିଜିପି ଏହି ନିର୍ଦ୍ଦେଶ ଦେଇଛନ୍ତି ।