ଆଜି ବନ୍ଧୁତା ଦିବସ

ଭୁବନେଶ୍ୱର:ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ବେଶ ଗଭୀର ବନ୍ଧୁତାର ସମ୍ପର୍କ । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସରେ ସବୁଠି ଚାଲିଛି ସେଲିବ୍ରେସନ । ତେବେ କୋରୋନା କଟକଣା ଭିତରେ ଫିକା ପଡ଼ିଛି ଆଜିର ଦିନ । ତେବେ ସୋସିଆଲ ମିଡିଆରେ ନିଜ ନିଜ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମନେପକାଉଛନ୍ତି ସମସ୍ତେ । ଚଳିତବର୍ଷ ଚକୋଲେଟ ଆଉ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇବାର ଟ୍ରେଣ୍ଡ ଉପରେ କୋରୋନା ମାଡ଼ ପଡ଼ିଛି । ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ସାରା ବିଶ୍ୱ ପାଳନ କରେ ।

୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ଘେ।ଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ରୂପେ ପାଳନ ହେ।ଇଆସିଛି ।