ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ୪ ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ପୁଣି ଜାରି ହେଲା ନୂଆ ଡେଥ୍ ୱାରେଂଟ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ ମିନିଟରେ ଫାଶୀରେ ଝୁଲିବେ ୪ ଦୋଷୀ । ପ୍ରକାଶଥାଉକି, ଦିଲ୍ଲୀ ସରକାର ବୁଧବାର ଦୋଷୀଙ୍କ ଫାଶୀ ପାଇଁ ନୂଆ ତାରିଖ ଘୋଷଣା କରାଯାଉ ବୋଲି ଅନୁରୋଧ କରିଥିଲେ ।

ଅନ୍ୟପକ୍ଷେ ନୂଆ ଡେଥ୍ ୱାରେଂଟ ଜାରି ହେବା ପରେ ନିର୍ଭୟା ମା’ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି,‘ସମସ୍ତ ଦୋଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ତେଣୁ ଆଶା କରୁଛି ୪ ଦୋଷୀଙ୍କୁ ନୂଆ ତାରିଖରେ ଫାଶୀ ମିଳିଯିବ’।

ପ୍ରକାଶଥାଉକି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ପବନ ଗୁପ୍ତାର ଦୟା ଯାଚିକା ଖାରଜ କରିଦେଇଥିଲେ । ସବୁ ଦୋଷୀ ପାଖରେ ବର୍ତମାନ ଆଉ କୌଣସି ବିକଳ୍ପ ନାହିଁ । ଦିଲ୍ଲୀ ଜେଲ୍ ନିୟମ ଅନୁସାରେ, କୌଣସି ଦୋଷୀର ଦୟା ଯାଚିକା ଖାରିଜ ହେବା ପରେ ସେମାନଙ୍କୁ ୧୪ ଦିନର ସମୟ ଦିଆଯାଇଥାଏ ।

ପ୍ରକାଶଥାଉକି, ୩ ମାର୍ଚ୍ଚରେ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଯାଇଥିଲା କାରଣ ଦୋଷୀ ପୱନ ଗୁପ୍ତା ସୁଧରାତ୍ମକ ଯାଚିକା ଖାରଜ ହେବା ପରେ ପୱନ ଗୁପ୍ତା ତୁରନ୍ତ ରାଷ୍ଟ୍ରପତିଙ୍କ ପାଖରେ ଦୟା ଯାଚିକା ଦାୟର କରିଥିଲେ ।