ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ।ଏହି କାରଣରୁ ଆସନ୍ତାକାଲି ମାଗଣାରେ “ମୋ ବସ୍” ରେ ଯାତ୍ରା କରିପାରିବେ ମହିଳା ।
ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଯାତ୍ରା ଲାଗି ମହିଳାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଦିପ୍ତୀ ମହାପାତ୍ର। ସୂଚନାଯୋଗ୍ୟ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୁଟ୍ରେ ୨୦୦ଟି ‘ମୋ ବସ୍’ ଚାଲୁଛି।