ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ପହଂଚିଲା କରୋନା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ପହଂଚିଛି ମହାମାରୀ କରୋନା ଭାଇରସ । ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ୪ ଜଣ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ଥିବା ପରୀକ୍ଷଣରୁ ଜଣାପଡିଛି । ଏହା ଜଣାପଡିବା ପରେ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ସହ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ସଂକ୍ରମିତ ଥିବା ୪ ଜଣଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଷ୍ଟାଫ୍‌ ନର୍ସ ଥିବା କଥା ଆନ୍ଧ୍ରର ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ମୁଖ୍ୟ ସଚିବ କେ. ଏସ୍. ଜବାହର ରେଡ୍ଡୀ ସୂଚନା ଦେଇଛନ୍ତି ।

କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ବିଜୟୱାଡ଼ାର ଏକ ଡାକ୍ତରଖାନାକୁ ‌ସ୍ଥାନାନ୍ତର କରାଯାଇଛି । କିନ୍ତୁ ଆକ୍ରାନ୍ତ ୪ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ କିପରି କରୋନା ଆକ୍ରାନ୍ତ ହେଲେ ତାହା ଆନ୍ଧ୍ର ସ୍ୱାସ୍ଥ୍ୟଅଧିକାରୀଙ୍କ ଚିନ୍ତା ବଢାଇଛି।