ସୁପ୍ରିମକୋର୍ଟରେ ଶପଥ ନେଲେ ୪ଜଣ ନୂଆ ବିଚାରପତି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଆଜି ୪ଜଣ ନୂଆ ବିଚାରପତି ଶପଥ ଗହଣ କରିଛନ୍ତି । ପୂର୍ବରୁ ୪ଟି ହାଇକୋର୍ଟରେ କାର୍ଯ୍ୟ କରୁଥିବା ବିଚାରପତି ସୁପ୍ରିମକୋର୍ଟରେ ଯୋଗ ଦେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସୁପ୍ରିମକୋର୍ଟରେ ୪ଜଣ ନୂଆ ବିଚାରପତି ଶପଥ ନେଇଛନ୍ତିି । ୪ଟି ରାଜ୍ୟର ହାଇକୋର୍ଟ ବିଚାରପତି ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି କ୍ରିଷ୍ଣା ମୁାରାରୀ , ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ରବୀନ୍ଦ୍ର ଭଟ୍ଟ , ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟମ ଏବଂ କେରଳ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ହୃଷିକେଶ ରାୟ ଶପଥ ନେଇଛନ୍ତି । ୪ଜଣଙ୍କ ଯୋଗଦାନ ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି ।