୪ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରେ ୪ଜଣ ନକ୍ସଲ ବନ୍ଧୁକ ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ।

ସୁକମା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି ସଲଭ ସିହ୍ନା, ଅତିରିକ୍ତ ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ ତିଵାରୀ ପ୍ରମୁଖଙ୍କ ନିକଟରେ ଏହି ଚାରି ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ସିଏନ୍‌ଏମ୍‌ ଡେପୁଟି କମାଣ୍ଡର ବେଟ୍ଟି ହିଡ଼ମେ, ସିଏନ୍‌ଏମ୍‌ ସଦସ୍ୟ କାରମ ହିଡ଼ମେ, କାବାସି କୋସି ଏବଂ ଡାକ୍ତର କମିଟି ସଦସ୍ୟ ଗୋସେ ଜଗା। ମାଓନେତ୍ରୀ ସଂଜୁଙ୍କ ନେତୃତ୍ବରେ ଏମାନେ କାମ କରୁଥିଲେ। ଚାରି ବର୍ଷ ତଳେ ଏମାନେ ସଂଗଠନରେ ସାମିଲ ହୋଇଥିଲେ। ବହୁ ହିଂସାକାଣ୍ଡରେ ଏମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି। ଯେଭଳି ରାସ୍ତା ଖୋଳିବା, ବୋମା ଖଞ୍ଜିବା, ପୋଲିସ ଉପରେ ଆକ୍ରମଣ କରିବା, ପୋଷ୍ଟର ଲଗାଇବା, ଲୋକଙ୍କୁ ପ୍ରଜାକୋର୍ଟକୁ ଡାକିବା ଭଳି କାର୍ଯ୍ୟ କରୁଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି।

ସଂଗଠନରେ କ୍ୟାଡର ନକ୍ସଲ ଛତିଶଗଡ଼ ନକ୍ସଲଙ୍କୁ ନିର୍ଯାତନା ଦେବା ଏବଂ ଭେଦଭାବ ସୃଷ୍ଟି କରୁଛନ୍ତି। ତେଣୁ ବାଧ୍ୟ ହୋଇ ସଂଗଠନ ଛାଡ଼ିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି।ସୁକମା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି ସଲଭ ସିହ୍ନା, ଅତିରିକ୍ତ ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ ତିଵାରୀ ପ୍ରମୁଖଙ୍କ ନିକଟରେ ଏହି ଚାରି ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ସିଏନ୍‌ଏମ୍‌ ଡେପୁଟି କମାଣ୍ଡର ବେଟ୍ଟି ହିଡ଼ମେ, ସିଏନ୍‌ଏମ୍‌ ସଦସ୍ୟ କାରମ ହିଡ଼ମେ, କାବାସି କୋସି ଏବଂ ଡାକ୍ତର କମିଟି ସଦସ୍ୟ ଗୋସେ ଜଗା। ମାଓନେତ୍ରୀ ସଂଜୁଙ୍କ ନେତୃତ୍ବରେ ଏମାନେ କାମ କରୁଥିଲେ। ଚାରି ବର୍ଷ ତଳେ ଏମାନେ ସଂଗଠନରେ ସାମିଲ ହୋଇଥିଲେ। ବହୁ ହିଂସାକାଣ୍ଡରେ ଏମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି। ଯେଭଳି ରାସ୍ତା ଖୋଳିବା, ବୋମା ଖଞ୍ଜିବା, ପୋଲିସ ଉପରେ ଆକ୍ରମଣ କରିବା, ପୋଷ୍ଟର ଲଗାଇବା, ଲୋକଙ୍କୁ ପ୍ରଜାକୋର୍ଟକୁ ଡାକିବା ଭଳି କାର୍ଯ୍ୟ କରୁଥିଲେ।

ଛତିଶଗଡ଼ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସଂଗଠନରେ କ୍ୟାଡର ନକ୍ସଲ ଛତିଶଗଡ଼ ନକ୍ସଲଙ୍କୁ ନିର୍ଯାତନା ଦେବା ଏବଂ ଭେଦଭାବ ସୃଷ୍ଟି କରୁଛନ୍ତି। ତେଣୁ ବାଧ୍ୟ ହୋଇ ସଂଗଠନ ଛାଡ଼ିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି।