ସଡ଼କ ଦୁର୍ଘଟଣାରେ ୪ ଜାତୀୟ ସ୍ତରର ହକି ଖେଳାଳୀ ମୃତ, ୩ ଗୁରୁତର

ମଧ୍ୟ ପ୍ରଦେଶ:ମଧ୍ୟ ପ୍ରଦେଶର ହୋଶଂଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର୍‌ ଗୋଟିଏ ଗଛରେ ପିଟି ହେବାରୁ ୪ ଜଣ ଜାତୀୟ ସ୍ତରର ହକି ଖେଳାଳୀ ପ୍ରାଣ ହରାଇଛନ୍ତି । ଏହା ସହିତ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମଧ୍ୟ ପ୍ରଦେଶରେ ହେବାକୁ ଥିବା ଧ୍ୟାନଚାନ୍ଦ ହକି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଖେଳାଳୀମାନେ ଆସୁଥିଲେ । ଇଟାରସୀରେ ରହିବାକୁ ସେମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା । ଖେଳାଳୀମାନେ ଇଟାରସୀ ଅଭିମୁଖେ ଯାଉଥିବାବେଳେ ହଠାତ୍‌ କାର୍‌ଟି ଭାରସାମ୍ୟ ହରାଇ ଗୋଟିଏ ପଛରେ ପିଟି ହୋଇଯାଇଛି । ଫଳରେ ୪ ଜଣ ଜାତୀୟ ଖେଳାଳୀଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୩ ଜଣ ଗୁରୁତର ହୋଇଛନ୍ତି । ଉକ୍ତ କାର୍‌ରେ ମୋଟ ୭ ଜଣ ଯାତ୍ରୀ ଥିଲେ । ହୋଶଙ୍ଗବାଦ ଡିଏମ୍‌ ଘଟଣାର ତଦନ୍ତ କରୁଛନ୍ତି ।