ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ମୃତ,୬ ଗୁରୁତର

ଶ୍ରୀକ୍ଷେତ୍ର ଦର୍ଶନ କରିବାକୁ ଛତିଶଗଡରୁ ଆସିଥିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କତଡା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଛତିଶଗଡରୁ ଏମାନେ ପୁରୀ ଶ୍ରୀ କ୍ଷେତ୍ର ଦର୍ଶନ କରିବାକୁ ଆସିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଛତିଶଗଡ଼ର ରାଜଧାନୀ ରାୟପୁରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡୁଥିବା ବୋଲେରୋ (ସିଜି୦୪ଏଚକେ ୦୧୮୩) ଓ ଭୁବନେଶ୍ୱରରୁ ଝାରସୁଗୁଡ଼ା ଜିଲ୍ଲାର ଇବ ଥର୍ମାଲ ଯାଉଥିବା ସୁଶ୍ରୀ ନାମକ ଏକ ବସ (ଓଡି ୦୫ ଏଜେ ୬୩୯୮) ମଧ୍ୟରେ ୫୫ ନମ୍ବର ଜାତୀୟ ରାଜପଥରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ପାଖରେଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ଓ ୩ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ୨ ଜଣଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।