ରାଜ୍ୟସଭା ସଦସ୍ୟତାର ଶପଥ ନେଲେ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ରାଜ୍ୟସଭା ସଦସ୍ୟତାର ଶପଥ ନେଇଛନ୍ତି । ମନମୋହନ ନିର୍ବିରୋଧରେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ମନମୋହନ ସିଂହ ଷଷ୍ଠ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସଭାପତିଙ୍କ କକ୍ଷରେ ମନମୋହନ ଶପଥ ନେଇଛନ୍ତି । ମନମୋହନଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅହମଦ ପଟେଲ, ଆନନ୍ଦ ଶର୍ମା ସମେତ ଅନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ମନମୋହନ ସିଂହ ପ୍ରତି ଥର ପୂର୍ବୋତ୍ତର ରାଜ୍ୟ ଆସାମରୁ ରାଜ୍ୟସଭା ପାଇଁ ନିର୍ବାଚିତ ହେଉଥିବା ବେଳେ ପ୍ରଥମଥର ପାଇଁ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।