ମୁଣ୍ଡିଆମାରି ଗ୍ରାମବାସୀଙ୍କୁ ଭୋଟ ଭିକ୍ଷା କଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର

ନରସିଂହପୁର: ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ଭୋଟ ମାଗିଛନ୍ତି। ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି।

ବଡ଼ମ୍ବା ନରସିଂହପୁର ବିଜେପି ପକ୍ଷରୁ ନରସିଂହପୁରର କମଳାଡିହ ଠାରୁ ଏକ ରାଲି ଦ୍ୱାରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର  ବିଭିନ୍ନ ଗାଁ ବୁଲି ପ୍ରଚାର କରିଛନ୍ତି।ତେବେ ନରସିଂହପୁର ଚକ୍ରଗଡ ଗାଁରେ ପ୍ରଚାର କଲାବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ପ୍ରାର୍ଥୀ ଗାଁରେ ପ୍ରବେଶ ବେଳେ ଗାଁ ଦାଣ୍ଡରେ ମୁଣ୍ଡିଆମାରି ସମସ୍ତ ଗ୍ରାମବାସୀଙ୍କୁ  ଭୋଟ ଭିକ୍ଷା କରିଛନ୍ତି। ସୂଚନାଯୋଗ୍ୟ,କଟକ ଲୋକସଭା ଆସନ ପାଇଁ ବିଜେଡି ପୁଣିଥରେ ଭତ୍ତୁହରି ମହତାବଙ୍କୁ ଭରଷା କରି ଟିକେଟ ଦେଇଥିବା ବେଳେ କଂଗ୍ରେସ ଟାଣୁଆ ଅଭିଜ୍ଞ ନେତା ପଞ୍ଚାନନ କାନୁନଗୋଙ୍କୁ ଟିକେଟ ଦେଇଛି । ଅପରପକ୍ଷରେ ପୂର୍ବତନ ପୋଲିସ ଅଧିକାରୀ ପ୍ରକାଶ ମିଶ୍ର ପ୍ରାର୍ଥୀ ହେବା ପରେ ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।