ଭୁବନେଶ୍ବର : ପଦ୍ମ ଧରିଲେ ପ୍ରକାଶ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମ୍ରେନ୍ଦ୍ର ପ୍ରଧାନ, ବିଶ୍ୱଭୂଷଣ ହରିଚନ୍ଦନ, ଦାମୋଦର ରାଉତଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା । ପ୍ରକାଶ ମିଶ୍ର ବିଜେପିରେ ମିଶିବା ନେଇ ଢେର ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା । ରାଜ୍ୟ ସରକାର ତାଙ୍କୁ ଡିଜିପି ପଦରୁ ହଟାଇଦେବା ପରେ ତୁରନ୍ତ କେନ୍ଦ୍ର ସରକାର ତାଙ୍କୁ ସିଆରପିଏଫ ଡିଜି ପଦରେ ଅବସ୍ଥାପିତ କରିଥିଲେ । ଅବସର ପରେ ତାଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ଅବସର ପରେ ତାଙ୍କୁ ଗୃହ ମନ୍ତ୍ରାଳୟରେ ଅବସ୍ଥାପିତ କରାଯାଇଥିଲା । ସେହିଦିନ ଠାରୁ ପ୍ରକାଶ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ସବୁ ଚର୍ଚ୍ଚାର ଅବସାନ ଘଟାଇ ପ୍ରକାଶ ମିଶ୍ର ଆଜି ପଦ୍ମ ଧରିଛନ୍ତି । ତାଙ୍କୁ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
କଟକରୁ ଲୋକସଭା ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବା ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ଦାୟୀତ୍ବ ଦେଇ ସନ୍ତୁଷ୍ଟ କରିଛି ବିଜେପି । ଏବେ ଏସରକାର ହାତରେ ଓଡିଶାର ଭବିଶ୍ୟତ ନାହିଁ । ଓଡିଶାରେ ଶାସନ ଅତି ନିଚ ସ୍ତରକୁ ଖସିଯାଇଛି । ମୋଦି ଦେଶର ସୁରକ୍ଷାକୁ ନେଇ ଅତି ଚିନ୍ତିତ । ତାଙ୍କ ଆଦଶ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି ପ୍ରକାଶ ।
ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଜଳେଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।