ଆଇଏସ ମୁଖ୍ୟ ହେଲା ସଦ୍ଦାମ ସେନାର ପୂର୍ବ ଅଧିକାରୀ ଅବଦୁଲ୍ଲା କାର୍ଦସ

ନୂଆଦିଲ୍ଲୀ:ଆମେରିକାର ସେନା ଆତଙ୍କୀ ସଂଗଠନ ଆଇଏସଆଇଏସ ମୁଖ୍ୟ ଅବୁ ଅଲ-ବକର ବଗଦାଦୀକୁ ନିପାତ କରିଛି । ଏହାର ପୁଷ୍ଟି ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ । ରିପୋର୍ଟ ଅନୁସାରେ ଏବେ ଏହି ଆତଙ୍କୀ ସଂଗଠନର ଦାୟିତ୍ୱ ସଦ୍ଦାମ ହୁସେନ ସେନାର ପୂର୍ବତନ ଅଧିକାରୀ ଅବଦୁଲ କାର୍ଦସକୁ ହସ୍ତାନ୍ତର କରାଯାଇଛି । କାର୍ଦଶ ଇରାକର ଜେଲରେ ବଗଦାଦୀ ସହ ଜେଲରେ ବନ୍ଦୀ ହୋଇ ରହିଥିଲା । ଏହପରେ ଆଇଏସର ମୁଖ୍ୟ ନୀତି ନିର୍ମାତା ହୋଇଥିଲା । 

କାର୍ଦସ ଜଣେ ପ୍ରୋଫେସର ଭାବେ ଜଣାଶୁଣା । ସେ ଜଣେ କ୍ରୁର କିନ୍ତୁ ଆଇଏସର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା । ଆଇଏସର ସମାଚାର ଏଜେନ୍ସି ଅମାକର ଏକ ବୟାନ ଅନୁସାରେ ବଗଦାଦୀ ଚଳିତ ବର୍ଷ ଅଗଷ୍ଟ ମାସମାରେ କାର୍ଦସକୁ ପ୍ରତିଦିନର କାମକୁ ପରିଚାଳଣା କରିବା ପାଇଁ ଦାୟିତ୍ୱ ଦେଇଥିଲା । ଏହି କାରଣରୁ ବଗଦାଦୀର ମୃତ୍ୟୁ ପରେ ଜାର୍ଦସକୁ ସଂଗଠନର ଦାୟିତ୍ୱ ଦିଆଯାଇଛି । 

କୁହାଯାଉଛି ଯେ କାର୍ଦସ, ବଗଦାଦୀ ମୃତ୍ୟୁ ପୂର୍ବରୁ ଅନେକ ଦାୟିତ୍ୱ ତୁଲାଇବା ଆରମ୍ଭ କରିଥିଲା । ବଗଦାଦୀର ଆହତ ହେବା ପରେ ଅଗଷ୍ଟରେ ତାକୁ ଉତ୍ତରାଧିକାରୀ ନିଯୁକ୍ତ କରାଯାଇଥିଲା । ଏହାପରେ ବଗଦାଦୀ କେବଳ କୌଣସି ଯୋଜନାକୁ ନେଇ ହଁ ଏବଂ ନାଁ କରୁଥିଲା ।