ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀ

ଭୁବନେଶ୍ୱର: ପୂର୍ବତନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶେଖ ମତଲୁବ ଅଲ୍ଲୀଙ୍କ ପରଲୋକ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ତେବେ ଗତ ୧୪ ତାରିଖରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଶେଖ ମତଲୁବ ଅଲ୍ଲୀ ଓଡିଶା ବିଧାନସଭାକୁ କଂଗ୍ରେସ ଟିକେଟରୁ ୪ ଥର ନିର୍ବାଚିତ ହୋଇଛନ୍ତି । ୧୯୭୪ ମସିହାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଦେହାନ୍ତରେ ରାଜନୀତି ମହଲରେ ଶୋକର ଛାୟା ଖେଳି ଯାଇଛି ।