ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର-ରବିବାର ରାତି ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ବାସ ଭବନରେ ଶ୍ରୀ ମହାନ୍ତି ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ନେଇଛନ୍ତି । ସ୍ୱର୍ଗତ ଭାଗବତ ମହାନ୍ତିଙ୍କ ପରିବାର ଲୋକଙ୍କର କହିବା ଅନୁସାରେ ରାତି ପ୍ରାୟ ୨ଟାରେ ସେ ଶେଷ ନିଃଶ୍ୱାସ ନେଇଥିଲେ । ଭାଗବତଙ୍କ ପରଲୋକରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ଯୁଗ ସମାପ୍ତ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ତାଙ୍କୁ ଲୋକମାନେ ଭାଗବତ ବାବୁ ବୋଲି ସମ୍ବୋଧନ କରୁଥିଲେ ।

ସ୍ୱର୍ଗତ ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ୩ ଥର ବିଧାୟକ ହୋଇଥିବା ବେଳେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସେ ୨ ଥର ମନ୍ତ୍ରୀ ହୋଇଥିଲେ । ସେ ଓଡ଼ିଶା ବିଧାନସଭାରେ ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିଲେ । ଏତଦ ବ୍ୟତୀତ ସେ ବର୍ତ୍ତମାନ ସେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ସଭାପତି ଥିଲେ ।