ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁଶିଲ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ:ଦୀର୍ଘ ଦିନର ଅସୁସ୍ଥତା ପରେ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ସୁଶିଲ କୁମାରଙ୍କ ଦେହାନ୍ତ ହୋଇଛି। ବୁଧବାର ଦିନ ଦିଲ୍ଲୀରେ ତାଙ୍କର ନିଧନ ହୋଇଛି । ସେ ୧୯୯୮ ମସିହାରୁ ୨୦୦୦ ପର‌୍ୟ୍ୟନ୍ତ ଭାରତୀୟ ନୌସେନାର ମୁଖ୍ୟ ରହିଥିଲେ ।ପୂର୍ବତନ ଆଡମିରାଲ ସୁଶିଲ କୁମାର ୧୯୬୫ ଏବଂ ୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ସେ ଯୁଦ୍ଧ ଲଢିଥିଲେ। ସେ ଗୋଆ ମୁକ୍ତି ସଂଗ୍ରାମରେ ମଧ୍ୟ ସାମିଲ ରହିଥିଲେ। ତାଙ୍କ ଯୁଦ୍ଧ କୌଶଳ ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡେଲ, ଉତ୍ତମ ଯୁଦ୍ଧ ସେବା ମେଡେଲରେ ସମ୍ମାନିତ କରାଯାଇଥିଲା ।

ଜୁଲାଇରେ ପ୍ରକାଶିତ ନିଜର ପୁସ୍ତକରେ ଖୁଲାସା କରି ଲେଖିଥିଲେ ଯେ ସଂସଦ ଉପରେ ହୋଇଥିବା ଆକ୍ରମଣ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ପରି ପିଓକେରେ ଏୟାର ଷ୍ଟ୍ରାଇକ କରିବା ପାଇଁ ଯୋଜନା କରିଥିଲେ ।