ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ଶୋକ ପ୍ରକାଶ କେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପରଲୋକରେ ନରେନ୍ଦ୍ର ସ୍ୱାଇଁ । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ । ୮୧ ବର୍ଷ ବୟସରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦେହାନ୍ତି ହୋଇଛି । ବିଜେଡିର ଏହି ବରିଷ୍ଠ ନେତା ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨ ଏପ୍ରିଲ୍ ୨୦୨୦ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ରୂପେ ନିର୍ବାଚିତ ହୋଇଥିଲା ।


ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସ୍ୱର୍ଗତ ସ୍ୱାଇଁ ଜଣେ ଦକ୍ଷ ସଂଗଠକ ଥିଲେ । ଏବଂ ତାଙ୍କର ଲୋକଙ୍କ ପ୍ରତି ସେବା ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମୃତକଙ୍କ ପରିବାର ପ୍ରତି ନବୀନ ସମବେଦନ ଜଣାଇଛନ୍ତି ।

ସେହିପରି ଓଟିଡିସି ପକ୍ଷରୁ ବରିଷ୍ଠ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରଯାଇଛି । ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଓଟିଡିସି ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସ୍ୱାଇଁଙ୍କର ପରଲୋକ ଖବର ମର୍ମାହତ କରିଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ ବୋଲି ଓଡ଼ିଶା ପର‌୍ୟ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି । ସେହିପରି ପରିଚାଳନା ନିର୍ଦ୍ଦେଶକ ସଚିନ ଆର ଯାଦବ ଓ ନିଗମର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନେ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତିା