ବାଲେଶ୍ୱର: ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ ଭୁବନେଶ୍ୱର ଅଣାଯାଉଥିଲା । ଏତିକିବେଳେ ପାଣିକୋଇଲି ନିକଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କାର୍ତ୍ତିକେଶ୍ୱର ପାତ୍ର ।
ବାଲେଶ୍ଵରର ପୂର୍ବତନ ସାଂସଦ, ଭୋଗରାଇର ପୂର୍ବତନ ବିଧାୟକ ତଥା ସୁଲେଖକ ଡ. କାର୍ତ୍ତିକେଶ୍ୱର ପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) October 6, 2020
ମୁଖ୍ୟମନ୍ତ୍ରୀଙ୍କ ଶୋକ
କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ କାର୍ତ୍ତିକେଶ୍ୱର ପାତ୍ର । ତାଙ୍କ ବିୟୋଗ ଖବର ଶୁଣି ଜନ୍ମମାଟି ଭୋଗରାଇ ଓ ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ।