ରାଷ୍ଟ୍ରପତିଙ୍କୁ ଭେଟିଲେ ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର

ଭୁବନେଶ୍ବର: ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ରାଷ୍ଟ୍ରପତିଙ୍କୁ ଭେଟିଲେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂହ । ଗତ ୪ ତାରିଖରେ ବୀରଭଦ୍ର ସିଂହ ରାଷ୍ଟ୍ରପତି ଭବନ ଯାଇ ସପରିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଭେଟିବା ପରେ ଗଣମାଧ୍ୟମ ସାମ୍ନାରେ ନିଜର ଅନୁଭୂତି ବଖାଣିଛନ୍ତି ମୟୂରଭଞ୍ଜର ପୂର୍ବତନ ସାସଂଦ ବୀରଭଦ୍ର ।

ମୟୂରଭଞ୍ଜ ବିକାଶ ନେଇ ଆଲୋଚନା କରିବା ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ସାର୍ବଜନୀନ ଭାବେ ଛୁଟି ଘୋଷଣା କରିବାକୁ ସେ ରାଷ୍ଟ୍ରପତିଙ୍କୁ ଦରଖାସ୍ତ ଦେଇଥିବା ବୀରଭଦ୍ର କହିଛନ୍ତି । ପୁରୁଣା ଦିନର ସ୍ମୃତି ବି ଆଲୋଚନା ମଧ୍ୟ ହୋଇଥିଲା ।

ବୀରଭଦ୍ର ମଧ୍ୟ ମୟୂରଭଞ୍ଜ ଆସିବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ବାଣୀବିହାର ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରଭଦ୍ର ସିଂହଙ୍କୁ ରାଷ୍ଟ୍ରପତି ଭବନ ଯିବା ଲାଗି ନିମନ୍ତ୍ରଣ କରିଥିଲେ ।