ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ରାଉରକେଲା: ତଲସରା ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ୯୦ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଗଦାସ୍ଥିତ ସିଡବ୍ଲୁଏସ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଅଂଚଳରେ ଜଣେ ଭଲ ନେତା ଭାବେ ଗଙ୍ଗାଧରଙ୍କର ନାଁ ଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।