ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

କଟକ: ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସେ ଭିଜିଲାନ୍ସ ସ୍କାନରରେ ଥିଲେ । ଗତ ୧୭ ତାରିଖରେ ତାଙ୍କ ଘରେ ରେଡ ମାରିଥିଲା ଭିଜିଲାନ୍ସ ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଥିଲା। ଭବାନୀପାଟଣା ସହରର ନକଟିଗୁଡା ସ୍ଥିତ ବାସଭବନ ଓ ମଦନପୁର ରାମପୁରର ଥିବା ଶ୍ରୀକ୍ରୀଷ୍ଣା ହୋଟେଲରେ ଚଢାଉ କରିଥିଲା ଭିଜିଲାନ୍ସ। ତେବେ ଅମାପ ସମ୍ପତି ଅର୍ଥାତ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ।

ଏହାଛଡା ଏକ ଡୁପ୍ଲେକ୍ସ ଲଜ୍, ତିନି ମହଲା ବିଶିଷ୍ଟ କୋଠା, ବିଦେଶୀ ମଦ ଦୋକାନ, ମାର୍କେଟ କମ୍ପ୍ଲେ୍କ୍ସ, ଦୁଇ ମହଲା ବିଶିଷ୍ଟ କୋଠା,ଏକ ମହଲା ବିଶିଷ୍ଟ କୋଠା, ଏକ ଗ୍ୟାରେଜ, ଗୋଟିଏ ଟ୍ରାକ୍ଟର, ୨ ଟି ଚାରି ଚକିଆ, ୩ ଟି ଦୁଇ ଚକିଆ ଗାଡି ସହ ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ୪୯ ଲକ୍ଷର ଫିକ୍ସ ଡିପୋଜିଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ସେ ସ୍ବେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ।