ନିର୍ବାଚନ ଲଢ଼ିବେ ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ୍ ପଠାନ

ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ୍ ପଠାନ । ୨୦୧୧ ବିଶ୍ୱକପରେ ଚାମ୍ପିୟନ ଭାରତ ଟିମର ସଦସ୍ୟ ରହିଥିବା ୟୁସୁଫ କ୍ରିକେଟ ମଇଦାନରେ ବଡ଼ ବଡ଼ ସଟ୍ ମାରି ରେକର୍ଡ କରିଥିବାବେଳେ ନିର୍ବାଚନୀ ମଇଦାନରେ କେତେ ସଫଳ ହେବେ ତାଙ୍କୁ ଏବେ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଗାମୀ ଲୋକସଭା ନିର୍ବାଚନରେ ୪୨ ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ। କୁଚବିହାର ଆସନରୁ ଜଗଦୀଶଚନ୍ଦ୍ର ବସୁନିଆ ଟିକେଟ ପାଇଛନ୍ତି। କଂଗ୍ରେସ ନେତା ଅଧୀର ରଂଜନ ଚୌଧରୀଙ୍କ ବିପକ୍ଷରେ ଲଢିବେ ଜଗଦୀଶ ଚନ୍ଦ୍ର ବସୁନିଆ । ଦମଦମ ଆସନରୁ ସୌଗତ ରାୟ ଟିକେଟ ପାଇଛନ୍ତି। କୋଲସକାତା ଉତ୍ତର ଆସନରୁ ସୁଦୀପ ବନ୍ଦୋପାଧ୍ୟାୟ ଟିକେଟ ପାଇଛନ୍ତି। ହୁଗୁଳି ଆସନରୁ ରଚନା ବାନାର୍ଜୀ ଟିକେଟ ପାଇଛନ୍ତି । ବର୍ଦ୍ଧମାନ ଦୁର୍ଗାପୁର ଆସନରୁ ଭେଟେରାନ କ୍ରିକେଟର କୀର୍ତ୍ତି ଆଜାଦ ଟିକେଟ ପାଇଛନ୍ତି।