ରାଜ୍ୟ ସରକାରଙ୍କୁ କିମ୍ବଦନ୍ତି କ୍ରିକେଟର ଅନିଲ କୁମ୍ବଲେଙ୍କ ସାଟିଫିକେଟ : ଓଡ଼ିଶା କ୍ରୀଡ଼ାରେ ଲିଡ୍ କରୁଛି

ଭୁବନେଶ୍ଵର : ଓଡ଼ିଶା ଗସ୍ତରେ ଆସିଛନ୍ତି କିମ୍ବଦନ୍ତୀ ଭାରତୀୟ ସ୍ପିନର ତଥା ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ। ସେ ଲୋକସେବା ଭବନରେ ଓଡ଼ିଶା ନଲେଜ ହବ୍ ବକ୍ତୃତା ମାଳା କାର‌୍ୟ୍ୟକ୍ରମରେ ଯୋଗ ଦେଇ ‘ଭାରତୀୟ କ୍ରୀଡ଼ା-ଏକ ଅନ୍ତଃଦୃଷ୍ଟି’ ଶୀର୍ଷକରେ ନିଜର ଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ କ୍ରୀଡ଼ାକୁ ଅଧିକ ଗୁରୁତ୍ଵ ଦିଆଯାଉଛି।

ଓଡ଼ିଶାରେ କ୍ରୀଡ଼ାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ରହିଛି-କୁମ୍ବଲେ

ସେ କହିଛନ୍ତି ଓଡ଼ିଶାରେ କ୍ରୀଡ଼ାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ରହିଛି। ତୃଣମୂଳସ୍ତରରେ ଭିତ୍ତିଭୂମି ଦୃଢ଼ କରିବାର ଆବଶ୍ୟକତା ରହିଛି । ଯେତେ ଅଧିକ ଖେଳିବେ ସେତେ ଭଲ ପ୍ରଦର୍ଶନ ରହିବ।

ଆଗାମୀ ଦିନରେ ଓଡ଼ିଶାରୁ ଅଧିକ ଖେଳାଳି ଆସିବାର ସମ୍ଭାବନା ରହିଛି। ପୂର୍ବାପେକ୍ଷା ଓଡ଼ିଶା କ୍ରୀଡ଼ାରେ ଲିଡ୍ କରୁଛି। କ୍ରିକେଟ୍ ବ୍ୟତୀତ ଅଲିମ୍ପିକ୍ସ ଉପରେ ଆମର ଫୋକସ ରହିବା ଜରୁରୀ। ନିଜ କ୍ୟାରିୟର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ମୋ ପାଇଁ ସ୍ମରଣୀୟ । ଭାରତ ପାଇଁ ଖେଳିବା ଓ ପ୍ରତିନିଧିତ୍ଵ କରିବ ମୋ ପାଇଁ ଗର୍ବର ବିଷୟ।

ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ଅନିଲ କୁମ୍ବଲେ ୨୦୦୮ ଅକ୍ଟୋବରରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ୧୩୨ଟି ଟେଷ୍ଟରୁ ୬୧୯ ଓ୍ଵିକେଟ୍ ଏବଂ ୨୭୧ଟି ଦିନିକିଆରୁ ୩୩୭ ଓ୍ଵିକେଟ୍ ନେଇଛନ୍ତି।