ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ସମ୍ବଲପୁର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ। ୭୯ ବର୍ଷ ବୟସରେ ସମ୍ବଲପୁର ହୀରାକୁଦ କଲୋନୀସ୍ଥିତ ବାସଭବନରେ ଦେହାନ୍ତ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ରେଢାଖୋଲ ବିଧାନସଭା ଆସନରୁ ବିଜେଡି ଟିକେଟରୁ ୨୦୦୦ ଓ ୨୦୦୪ ମସିହାରେ ଦୁଇ ଦୁଇ ଥର ବିଜୟୀ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ ।

ସେହିପରି ୧୯୯୪ ମସିହାରେ ସନାତନ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ । ସେପଟେ ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ସମାଜ ସେବୀ ଥିଲେ। ତାଙ୍କ ସରଳତା ଦଳମତ ନିର୍ବିଶେଷରେ ଊର୍ଦ୍ଧ୍ୱରେ ଥିଲା। ତାଙ୍କର ମୃତ୍ୟୁ ସମସ୍ତଙ୍କ ପାଇଁ ଗଭୀର କ୍ଷତି ବୋଲି କହି ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।