ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଗୋଗୋଇ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ଭାରତର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଉପସ୍ଥିତ ଥିଲେ । ତାଙ୍କୁ ରାଜ୍ୟସଭା ସିଟ ନମ୍ବର ୧୩୧ ଦିଆଯାଇଥିବା ଜଣାପଡିଛି । ମାର୍ଚ୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ।

କଂଗ୍ରେସ ନେତୃତ୍ୱରେ ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ୍‍ ପାର୍ଟି, ଡିଏମ୍‌କେ ଏବଂ ଏମ୍‌ଡିଏମ୍‌କେ ଆଦି ବିରୋଧୀ ଦଳର ନେତାମାନେ ଏହାକୁ ବିରୋଧ କରି: ଲଜ୍ଜା, ଲଜ୍ଜା ବୋଲି ଚିତ୍କାର କରିବା ସହ ରାଜ୍ୟସଭା କକ୍ଷ ତ୍ୟାଗ କରିଥିଲେ।

୬୫ ବର୍ଷିୟ ଗୋଗୋଇ ଭାରତର ପ୍ରଧାନ ବିଚାରପତି ପଦରୁ ନଭେମ୍ବର ମାସରେ ଅବସର ଗ୍ରହଣ କରିଥିଲେ। ୧୩ ମାସରୁ ସାମାନ୍ୟ ଅଧିକ ସମୟ ଧରି ସେ ଏହି ପଦବୀରେ ରହିଥିଲେ। ରାଜ୍ୟସଭାକୁ ମନୋନୀତ ହେବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି। ତାଙ୍କୁ ରାଜ୍ୟସଭା ସଦସ୍ୟତା ପାଇଁ ମନୋନୀତ କରାଯିବା କଥାକୁ ବିରୋଧୀ ଦଳମାନେ ସମାଲୋଚନା କରିବା ସହ ବିବାଦ ସୃଷ୍ଟି କରିଥିଲେ।