କଲରାପତରିଆ ବାଘର ମୃତ୍ୟୁ ଘଟଣା: ୨ ବନକର୍ମଚାରୀ ସସପେଣ୍ଡ

କଟକ:କଟକ ତିଗିରିଆ ଫରେଷ୍ଟ ରେଞ୍ଜରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ତିଗିରିଆ ଫରେଷ୍ଟ ରେଞ୍ଜରେ ମୃତ କଲରାପତରିଆ ବାଘର ମୃତଦେହକୁ ବନବିଭାଗ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା । ବାଘର ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନଥିଲା କିନ୍ତୁ ଶିକାରୀ ବସାଇଥିବା ବିଦ୍ୟୁତ ତାର ଲାଗି କଲରାପତରିଆର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଥିଲା । ଫଳରେ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କଲରାପତରିଆର ମୃତ୍ୟୁ କାରଣ ଓ ତଗିରିଆ ନିଜିଗଡ଼ର ଫରେଷ୍ଟ ଅଫିସରେ ମୃତଦେହ ରଖିବା ଘଟଣାରେ ସମ୍ପୃକ୍ତ ଫରେଷ୍ଟର ସୁଚରିତା ରାୟ ଓ ଫରେଷ୍ଟ ଗାର୍ଡ଼ ଚନ୍ଦନ ବେହେରାଙ୍କ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ୧୬ତାରିଖରେ କଟକ ଆଠଗଡ଼ ବନଖଣ୍ଡ ହରିଡ଼ାପଶି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ନିଜିଗଡ଼ର ଫରେଷ୍ଟ ଅଫିସରେ କଲରାପତରିଆର ମୃତଦେହ ରଖାଯାଇଥିଲା । କଲରାପତରିଆ ବାଘର ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନଥିଲା ।