କୁଳଭୂଷଣ ଯାଧବ ନିର୍ଦୋଷ, ଶୀଘ୍ର ମୁକ୍ତ କରୁ ପାକିସ୍ତାନ: ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନର ଜେଲ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଧବ ମାମଲାରେ ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ କେନ୍ଦ୍ର ସରକାର ଯାଧବଙ୍କ ସରୁକ୍ଷାକୁ ସୁନିଶ୍ଚିତ କରିବା ସହ ଯାଥାଶୀଘ୍ର ତାଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିବ । 

ଜୟଶଙ୍କର ରାଜ୍ୟସଭାର ଦେଇଥିବା ଗୋଟିଏ ବୟାରେ କହିଛନ୍ତି ଯେ ଭାରତୀୟ ନାଗରିକ କୁଳଭୂଷଣ ଯାଧବଙ୍କୁ ମାନଗଢା ଅଭିଯୋଗର ଆଧାରରେ ବେଆଇନଭାବେ ପାକିସ୍ତାନରେ ବନ୍ଦୀ କରି ରଖାଯାଇଛି । 

ବିଦେଶ ମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତିକୁ ନେଇ କହିଛନ୍ତି, ଏହା ନାକେବଳ ଭାରତ ଏବଂ ଯାଧବଙ୍କ ବିଜୟ  ବରଂ ଏହା ସେହିମାନଙ୍କ ବିଜୟ ଯେଉଁମାନେ ଆଇନ ବ୍ୟବସ୍ଥା ଏବଂ ଅନ୍ତରାଷ୍ଟ୍ରୀୟ ସନ୍ଧିକୁ ପବିତ୍ରତାର ସହ ପାଳନ କରୁଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୁଳଭୂଷଣ ନିର୍ଦୋଷ ।ବିଦେଶ ମନ୍ତ୍ରୀ କହିଛନ୍ତି, ଆମେ ପୁଣି ଥରେ ପାକିସ୍ତାନକୁ ଯାଧବଙ୍କ ମୁକ୍ତି ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରୁଛୁ ।