ଫୋବର୍ସ ଧନୀ ତାଲିକା: ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ:ଫୋବର୍ସ ଇଣ୍ଡିଆ ପକ୍ଷରୁ ଦେଶର ସବୁଠାରୁ ଧନୀଶାଳୀ ୧୦୦ଜଣ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପୁଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । 

ମୁକେଶ ଅମ୍ବାନୀ କ୍ରମାଗତ ୧୨ବର୍ଷ ହେବ ଫୋବର୍ସ ଇଣ୍ଡିଆର ଜାରି କରାଯାଉଥିବା ଦେଶର ସବୁଠାରୁ ଧନୀ ବ୍ୟକ୍ତି ଟପ୍ ୧୦୦ ତାଲିକାରେ ପ୍ରଥମ ସ୍ଥାନରେ ରହିଆସୁଛନ୍ତି । ପ୍ରାୟ ୨୮.୪କୋଟି ଟଙ୍କା ବୃଦ୍ଧି ସହ ମୁକେଶ ଅମ୍ବାନୀଙ୍କ ପାଖରେ ମୋଟ ୩.୬୪ଲକ୍ଷ କୋଟି ଟଙ୍କାର ସମ୍ପତିରେ ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେହପିରି ଏହି ତାଲିକାରେ ଶିଳ୍ପପତି ଗୈାତମ ଆଦାନୀ ଦ୍ୱିତୀୟରେ ସ୍ଥାନ ପାଇଛନ୍ତି । ଏହା ଛଡ଼ା ଉଦୟ କୋଟକ ପ୍ରଥମ ଥର ପାଇଁ ଟପ୍ ୫ରେ ସ୍ଥାନ ପାଇଛନ୍ତି । 

ଚଳିତ ଥର ତୃତୀୟ ସ୍ଥାନରେ ରହିଛନ୍ତି ହିନ୍ଦୁଜା ବ୍ରଦର୍ସ ମାଲିକ । ଷ୍ଟିଲ ନିର୍ମାତା କମ୍ପାନୀ ମାଲିକ ଲକ୍ଷ୍ମୀ ମିତଲ ଫୋର୍ବସ ଧନୀ ତାଲିକାରେ ତଳକୁ ଖସିଛନ୍ତି । ପୂର୍ବଥର ଏହି ତାଲିକାରେ ତୃତୀୟ ନମ୍ବରରେ ରହିଥିବା ଲକ୍ଷ୍ମୀ ମିତଲ ଚଳିତ ଥର ଷଷ୍ଠ ସ୍ଥାନରେ ସ୍ଥାନ ପାଇଛନ୍ତି । ଦଶମ ସ୍ଥାନରେ ଅଜିମ ପ୍ରେମଜୀ ରହିଛନ୍ତି । 

ଧନୀ ତାଲିକାରେ ଟପ୍ ୧୦

ପ୍ରଥମରେ ମୁକେଶ ଅମ୍ବାନୀ: ୩.୬୪ଲକ୍ଷ କୋଟି ଟଙ୍କା 

ଦ୍ୱିତୀୟରେ ଗୈାତମ ଅଦାନୀ: ୧.୧୧ ଲକ୍ଷ କୋଟି ଟଙ୍କା 

ତୃତୀୟରେ ହିନ୍ଦୁଜା ବ୍ରଦର୍ସ : ୧.୧୦ ଲକ୍ଷ କୋଟି ଟଙ୍କା 

ଚତୁର୍ଥରେ ପି ମିସ୍ତ୍ରୀ : ୧.୦୬ ଲକ୍ଷ କୋଟି ଟଙ୍କା

ପଞ୍ଚମରେ ଉଦୟ କୋଟକ: ୧.୦୫ ଲକ୍ଷ କୋଟି ଟଙ୍କା

ଷଷ୍ଠରେ ଶିବ ନାଡର: ୧.୦୨ ଲକ୍ଷ କୋଟି ଟଙ୍କା

ସପ୍ତମରେ ରାଧାକୃଷ୍ଣ ଦମାନୀ : ୧.୦୧ ଲକ୍ଷ କୋଟି ଟଙ୍କା

ଅଷ୍ଟମରେ ଗୋଡ୍ରେଜ ଫେମିଲି: ୮୫,୨୦୦ କୋଟି ଟଙ୍କା

ନବମରେ ଲକ୍ଷ୍ମୀ ମିତଲ: ୭୪,୫୫୦ କୋଟି ଟଙ୍କା

ଦଶମରେ କୁମାର ମଂଗଲମ ବିଡଲା: ୬୮,୧୬୦ କୋଟି ଟଙ୍କା