ଫନି ମୁକାବିଲାରେ ଓଡ଼ିଶାର ସଫଳତା

ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ମୁକାବିଲାରେ ସଫଳତା ପାଇଁ ଓଡ଼ିଶା ସରକାରଙ୍କୁ ମିଳିତ ଜାତିସଂଘ ସମେତ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରଠାରୁ ବାତ୍ୟା ସ୍ଥଳଭାଗରେ ମାଡ଼ ହେବା ଏବଂ ଧୀରେ ଧୀରେ ଦୁର୍ବଳ ହେବା ପର୍ଯ୍ୟନ୍ତ ସ୍ଥାନୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମର ଏହା ଉପରେ ନଜର ରହିଥିଲା। ମେ’ ତିନି ତାରିଖରେ ନୁ୍ୟୟର୍କ ଟାଇମ୍ସରେ ହାଓ ଡୁ ୟୁ ସେଭ୍‌ ଏ ମିଲିୟନ ପିପୁଲ ଫ୍ରମ ଏକ ସାଇକ୍ଲୋନ? ଆସ୍କ ଏ ପୋର ଷ୍ଟେଟ୍‌ ଇଣ୍ଡିଆ (ତୁମେ କିପରି ଦଶ ଲକ୍ଷ ଲୋକଙ୍କୁ ଏକ ବାତ୍ୟାରୁ ସୁରକ୍ଷା ଦେଇପାରିବ? ଭାରତର ଏକ ଗରିବ ରାଜ୍ୟକୁ ପଚାର) ଶୀର୍ଷକ ଏକ ସସ୍ତମ୍ଭ ପ୍ରକାଶ ପାଇଥିଲା। ସେହିପରି ଆଉ ଏକ ସ୍ତମ୍ଭ ହ୍ୱାଏ ଡିଡ ଇଣ୍ଡିଆସ ଡିଭାଷ୍ଟେଟିଂ ସାଇକ୍ଲୋନ ଫନି କିଲ ଓନ୍ଲି ଫର୍ଟି ପିପୁଲ ନଟ ଟେନ ଥାଉଜ୍ୟାଣ୍ଡ? ଥ୍ୟାଙ୍କ ଡେମୋକ୍ରାସି ଆଣ୍ଡ ଟେକନୋଲୋଜି (କାହିଁକି ଭାରତର ପ୍ରଳୟଙ୍କରୀ ବାତ୍ୟା ଫନି କେବଳ ୪୦ ଜଣଙ୍କ ଜୀବନ ନେଲା ଦଶ ହଜାର ଲୋକଙ୍କର ନୁହେଁ? ଗଣତନ୍ତ୍ର ଓ ପ୍ରଯୁକ୍ତିକୁ ଧନ୍ୟବାଦ ) ଶୀର୍ଷକ ଆଉ ଏକ ଖବର ପ୍ରକାଶ ପାଇଥିଲା। ଏ ଦୁଇଟି ଖବର ସମ୍ପର୍କରେ ମୁଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଏପ୍ରିଲ ୨ ତାରିଖରେ ଯେତେବେଳେ ଆମେ ଆମ ଆମ କାର୍ଯ୍ୟାଳୟରେ ଥାଇ ବିଭିନ୍ନ ଜିଲ୍ଲା ଏବଂ ଉପଜିଲ୍ଲା ପ୍ରଶାସନ ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲୁ, ଠିକ୍‌ ସେତିକି ବେଳେ ନୁ୍ୟୟର୍କ ଟାଇମ୍ସର ପ୍ରତିନିଧି ହରି କୁମାର ମୋ କାର୍ଯ୍ୟାଳୟକୁ ଆସିଲେ ଏବଂ କିଛି ପ୍ରଶ୍ନ ପଚାରିଲେ। ମେ ୩ ତାରିଖରେ ଯେତେବେଳେ ବାତ୍ୟା ଫନି ସ୍ଥଳ ଭାଗରେ ମାଡ଼ ହେଲା ୪ ତାରିଖରେ ମୁଁ ଶ୍ରୀ କୁମାରଙ୍କ ଫୋନ ପାଇଲି ଏବଂ ସେ ମୋତେ ତାଙ୍କ ଦ୍ୱାରା ପ୍ରକାଶିତ ନୁ୍ୟୟର୍କ ଟାଇମ୍ସର ଏକ ଖବର ପଢ଼ିବା ଲାଗି କହିଲେ। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିସାରିଥିଲା। ଏହି ସ୍ତମ୍ଭ ବ୍ୟାପକ ଭାବେ ପ୍ରଚାରିତ ଏବଂ ପ୍ରସାରିତ ହେଲା। ସାମାଜିକ ଗଣମାଧ୍ୟମରେ ଖୁବଦ୍ରୁତ ଗତିରେ ଏହି ଖବର ପ୍ରସାରିତ ହୋଇଥିଲା।

ଦୀର୍ଘ ୨୦ ବର୍ଷ ଧରି ବାତ୍ୟା ମୁକାବିଲା ନିମନ୍ତେ ସରକାରଙ୍କ ପ୍ରୟାସ ବିଷୟରେ ଆମେ ଉଲ୍ଲେଖ କରିଥିଲୁ। ଫନି ମୁକାବିଲାରେ ଆମେ ହାସଲ କରିଥିବା ସଫଳତା ଦିନ କେତେଟା କିମ୍ବା କିଛି ଘଣ୍ଟାର ପ୍ରୟାସ ନଥିଲା। ଏହା ଏକ ଦୀର୍ଘ ପ୍ରୟାସର ଫଳ ଥିଲା। ୧୯୯୯ ଅକେଫବର ୨୯ ତାରିଖରେ ଓଡ଼ିଶା ଶତାବ୍ଦୀର ସବୁଠୁ ବଡ଼ ବାତ୍ୟାର ସମ୍ମୁଖୀନ ହୋଇଥିଲା। ତିନି ଦିନ ଧରି ବାତ୍ୟାର ତାଣ୍ଡବଲୀଳା ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷତି କରିଥିଲା। ସମୁଦ୍ରରୁ ୬ ମିଟର ଉଚ୍ଚ ଜୁଆର ଉଠି ସ୍ଥଳଭାଗରେ ୪୦ରୁ ୫୦ କିମି ଦୂର ପର୍ଯ୍ୟନ୍ତ ମାଡ଼ିଆସିଥିଲା। ୨୬୦ କିମି ବେଗରେ ପବନ ବୋହିଥିଲା। ସ୍ଥଳ ବିଶେଷରେ ପବନର ବେଗ ଏତେ ଅଧିକ ଥିଲା ଭୁବନେଶ୍ୱର ଏବଂ ପାରାଦୀପରେ ଲାଗିଥିବା ବେଗ ନିର୍ଣ୍ଣୟ ଯନ୍ତ୍ର ମଧ୍ୟ କାମ କରିନଥିଲା। ପବନ ସାଙ୍ଗକୁ ୪୫ରୁ ୯୫ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ବର୍ଷା ଯୋଗୁ ବନ୍ୟା ଆସି ଅନେକ ଗæô ନଦୀର କରାଳ ଗର୍ଭରେ ଲୀନ ହୋଇଯାଇଥିଲା। ମହାବାତ୍ୟା ଯୋଗୁ ୧.୮୯ କୋଟି ଲୋକ, ୧୨୮ଟି ବ୍ଲକ୍‌, ୪୬ଟି ପୌରାଞ୍ଚଳ, ୨୩୯୯ଟି ଗ୍ରାମ ପଞ୍ଚାୟତ, ୧୭୯୯୩ଟି ଗ୍ରାମ ଏବଂ କଟକ ଓ ଭୁବନେଶ୍ୱର ଭଳି ଦୁଇଟି ବଡ଼ ସହରକୁ ମିଶାଇ ୧୪ଟି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନହାନି ହୋଇଥିଲା। ୪.୪୫ ଲକ୍ଷ ଗୃହପାଳିତ ପଶୁଙ୍କ ପ୍ରାଣହାନି ହେବା ସହ ୧୮.୪୩ ଲକ୍ଷ ହେକଫର ଚାଷ ନଷ୍ଟ ହୋଇଥିଲା।

ସଂଯୋଗବଶତଃ ଶ୍ରୀ କୁମାର ସେ ସମୟରେ ରାଜ୍ୟକୁ ଆସିଥିଲେ ଏବଂ ପ୍ରଳୟଙ୍କରୀ ବନ୍ୟାର କ୍ଷୟକ୍ଷତିକୁ ଅନୁଧ୍ୟାନ କରିଥିଲେ। ମହାବାତ୍ୟା ପରେ ପାରାଦୀପରେ ସେ ଭୟାନକ ଧନଜୀବନ ହାନିକୁ ନିଜ ଆଖିରେ ଦେଖିଥିଲେ। ସେ ଯେତେବେଳେ ଶୁଣିଲେ ଯେ ସେହିପରି ଏକ ଭୟଙ୍କର ବାତ୍ୟା ପୁଣିଥରେ ଓଡ଼ିଶା ଉପକୂଳରେ ମାଡ଼ ହେବାକୁ ଯାଉଛି, ସ୍ଥିତି ଅନୁଧ୍ୟାନ ଲାଗି ସେ ରାଜ୍ୟକୁ ଆସିବା ପାଇଁ ଉଚିତ ମନେକଲେ। ଫନି ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ଦଳବଦ୍ଧ ପ୍ରୟାସ ଏବଂ ପ୍ରଯୁକ୍ତିର ଉପଯୋଗ ଦେଖି ଶ୍ରୀ କୁମାର ଆଚମ୍ବିତ ହୋଇଯାଇଥିଲେ।

୧୯୯୯ ପରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପ୍ରଗତି ହାସଲ କରିଥିବା ସେ ଅନୁଭବ କରିଥିଲେ। ବିଗତ ୨୦ ବର୍ଷ ମଧ୍ୟରେ ଆମେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛୁ। ଜୁଆର, ବନ୍ୟା ଦାଉରୁ ଜନବସତିକୁ ରକ୍ଷା କରିବା ଲାଗି ବନ୍ଧୁଗୁଡ଼ିକୁ ସୁଦୃଢ଼ କରାଯାଇଥିଲା। ବିପର୍ଯ୍ୟୟ ମୁକାବିଲା ଲାଗି ରାଜ୍ୟରେ ୨୦ଟି ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ (ଓଡ୍ରାଫ) ୟୁନିଟ ଗଠନ କରାଯାଇଥିଲା। ପୂର୍ବରୁ ଆମକୁ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ ପାଇଁ ନୌସେନା ଏବଂ ସ୍ଥଳସେନାର ସହାୟତା ନେବାକୁ ପଡ଼ìଥିବା ବେଳେ ଏବେ ଓଡ୍ରାଫ ବିପର୍ଯ୍ୟୟ ଉଦ୍ଧାର ସଂକ୍ରାନ୍ତ ସମସ୍ତ କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ। ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ବାତ୍ୟା ପ୍ରବଣ ଅଞ୍ଚଳରେ ପାଖାପାଖି ୧୬ହଜାର ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ କରାଯାଇଛି। ଏସବୁ ଗୃହରେ ଶୌଚାଳୟ, ପାଇପ ଜଳ ଯୋଗାଣ ସୁବିଧା ଓ ବିଦୁ୍ୟତ ସଂଯୋଗ ରହିଛି। ଏସବୁ କଂକ୍ରିଟ ଗୃହ ସରକାରଙ୍କ ବିଭିନ୍ନ ଯୋଜନାରେ ନିର୍ମାଣ କରାଯାଇଥିବା ବେଳେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମର ଲୋକମାନେ ସୁରକ୍ଷିତ ରହିପାରୁଛନ୍ତି ।

ରାଜ୍ୟରେ ଆଗୁଆ ବାତ୍ୟା ସୂଚନା ବ୍ୟବସ୍ଥା କରାଯାଇଛି । ସାଟେଲାଇଟ ଆଧାରିତ ମୋବାଇଲ ଡାଟା ଭଏସ ଟର୍ମିନାଲ୍ସ, ଡିଜିଟାଲ ମୋବାଇଲ ରେଡିଓ (ଡିଏମଆର), ମାସ ମେସେଜିଂ ସିଷ୍ଟମ, ଆଲର୍ଟ ସାଇରନ ସିଷ୍ଟମ ଓ ୟୁନିଭର୍ସାଲ କମୁନିକେସନ ଇଂଟରଫେସ ଫର ଇଣ୍ଟରପରେବଲିଟି ଆଦି ଯୋଗାଯୋଗ ପ୍ରଯୁକ୍ତିର ଉପଯୋଗ କରାଯାଇ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ହସ୍ତଗତ ଏବଂ ପ୍ରସାରଣ କରାଯିବା ସମ୍ଭବ ହେଉଛି । ଓଡ଼ିଶା ଅତ୍ୟନ୍ତ ବାତ୍ୟା ପ୍ରବଣ ଅଞ୍ଚଳରେ ଆସୁଛି ।

ଫନି ମୁକାବିଲାରେ ଆମେ ହାସଲ କରିଥିବା ସଫଳତା ଦିନ କେତେଟା କିମ୍ବା କିଛି ଘଣ୍ଟାର ପ୍ରୟାସ ନଥିଲା । ଏହା ଏକ ଦୀର୍ଘ ପ୍ରୟାସର ଫଳ ଥିଲା… ଦୁଇ ଦଶନ୍ଧି ଧରି ସରକାରୀ କଳର ଅନବରତ ପ୍ରୟାସ ଏବଂ ଗୋଷ୍ଠୀ ସହଭାଗିତା ନଥିଲେ ଏତେବଡ଼ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସମ୍ଭବ ହୋଇପାରି ନଥାନ୍ତା

୧୯୯୯ ମସିହା ପୂର୍ବରୁ ଆମ ପାଖରେ ଆଗୁଆ ବାତ୍ୟା ପୂର୍ବାନୁମାନ ବ୍ୟବସ୍ଥା ନଥିଲା। ଐତିହାସିକ ତଥ୍ୟ ଅନୁଯାୟୀ ୧୮୩୧ରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟାରେ ୫୦ ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହାପରେ ୧୯୬୭, ୧୯୭୧ ଓ ୧୯୮୫ରେ ବାତ୍ୟା ଆସିବା କାରଣରୁ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା । ଖାଲି ସେତିକି ନୁହେଁ ଏହି କ୍ଷେତ୍ରରେ ବିଭିନ୍ନ ସମୟରେ ମରୁଡ଼ି, ଦୁର୍ଭିକ୍ଷ ମଧ୍ୟ ଦେଖାଦେଇଥାଏ । ୧୮୬୬ ମସିହାର ହୋଇଥିବା ଦୁର୍ଭିକ୍ଷରେ ୪୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ୧୯୪୩ରେ ଆସିଥିବା ଦୁର୍ଭିକ୍ଷରେ ୩୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ତତକାଳୀନ ଶାସକମାନେ ପ୍ରଜାପାଳନ ପ୍ରତି ସେତେଟା ଦୃଷ୍ଟି ନେଦେଇ ଲୋକମାନଙ୍କୁ ମରିବା ଲାଗି ଛାଡ଼ି ଦେଉଥିଲେ । ତେବେ ଗଣତନ୍ତ୍ର ଶାସନ ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସରକାର ଅଧିକ ସକ୍ରିୟ ହେଲେ । ଗଣତନ୍ତ୍ରରେ ନୂତନ ପ୍ରଯୁକ୍ତିର ବିକାଶ ଏବଂ ଏହାର ଉପଯୋଗ ଅଧିକ ଦ୍ରୁତ ଗତିରେ ହେଲା । ଏ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେଲା ।

‘ ସବୁ ସମୟରେ ପ୍ରସ୍ତୁତ ରହିବା ଆମର ପ୍ରାଥମିକତା। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ । ଦଳଗତ ପ୍ରୟାସ, ପ୍ରଯୁକ୍ତି ଏବଂ ପାରଦର୍ଶିତା କାରଣରୁ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସଫଳତା ମିଳିପାରିଛି । ଦୁଇ ଦଶନ୍ଧି ଧରି ସରକାରୀ କଳର ଅନବରତ ପ୍ରୟାସ ଏବଂ ଗୋଷ୍ଠୀ ସହଭାଗୀତା ନଥିଲେ ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସମ୍ଭବ ହୋଇପାରିନଥାନ୍ତା ‘।

ଏବେ ଆମେ ଆଇଏମଡି (ଭାରତୀୟ ପାଣିପାଗ କେନ୍ଦ୍ର) ଠାରୁ ପାଖାପାଖି ସଠିକ୍‌ ସୂଚନା ପାଇପାରୁଛୁ । ଆମେ ଏହି ସୂଚନାକୁ ଆମେରିକା ନୌସେନାର ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର, ଇସିଏମଡବ୍ଲୁ୍ୟଏଫ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ନିକଟରୁ ମିଳିଥିବା ସୂଚନାକୁ ତୁଳନା କରି ନିଷ୍ପତ୍ତି ନେଇପାରୁଛୁ । ସମୁଦ୍ର ଉପକୂଳରେ କଚ୍ଚା ଘରେ ରହୁଥିବା ଲୋକଙ୍କ ପ୍ରତି ବାତ୍ୟାର ବିପଦ ଅଧିକ ରହିଥାଏ । ଫନି ସମୟରେ ଆମେ ଜିଆଇଏସ ମ୍ୟାପ ଜରିଆରେ ବାତ୍ୟାକୁ ଟ୍ରାକ କରିବା ଲାଗି ପ୍ରୟାସ କରିଥିଲୁ । ୧୦ ହଜାର ଗ୍ରାମ ୫୧ଟି ସହରାଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା । ବାତ୍ୟା କେଉଁ ଦିଗ ଦେଇ ଗତି କରିବ ସେ ସମ୍ପର୍କରେ ଲୋକମାନଙ୍କୁ ଆଗୁଆ ସୂଚନା ଦିଆଗଲ । ବିପଦରେ ଥିବା ଲୋକଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ୧.୮ କୋଟି ବାର୍ତ୍ତା ପ୍ରେରଣ କରାଯାଇଥିଲା । ଉପକୂଳ ଅଞ୍ଚଳରେ ଥିବା ୧୨୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଆଗୁଆ ସୁରକ୍ଷିତ ରଖାଯାଇଥିଲା । ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ, ମତ୍ସ୍ୟବିଭାଗ ଆଦି ସରକାରୀ ବିଭାଗ ସହିତ ଆମର ଉତ୍ତମ ସମନ୍ୱୟ ରହିଥିଲା । ବିପଦ କ୍ଷେତ୍ର ମଧ୍ୟରେ ରହିଥିବା ଲୋକମାନଙ୍କୁ ଆଗୁଆ ଉଦ୍ଧାର କାର୍ଯ୍ୟକୁ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିଥିଲେ । ଚିଲିକା ହ୍ରଦ ଏବଂ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସ୍ଥଳଭାଗକୁ ଫେରାଇ ଆଣିବା ଲାଗି କୁହାଯାଇଥିଲା । ମାଛଧରା ଡଙ୍ଗାକୁ କୂଳକୁ ଅଣାଯାଇଥିଲା । ପୁରୀ ସହରରୁ ୨୫ ହଜାର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ସ୍କୁଲ, କଲେଜ ଆଦି ସର୍ବସାଧାରଣ ସୁରକ୍ଷିତ କୋଠାରେ ରହିବା ଲାଗି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଦ କରିଥିଲେ । ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା । ଟ୍ରେନ ଚଳାଚଳବାତିଲ କରାଯାଇଥିଲା । ବିମାନ ଚଳାଚଳ ମଧ୍ୟ ରଖାଯାଇଥିଲା ।

ବାତ୍ୟା ଆସିବ ବୋଲି ସମସ୍ତେ ସତର୍କ ଥିଲେ । ବୈଦୁ୍ୟତିକ ଗଣମାଧ୍ୟମ ବାତ୍ୟା ସଂକ୍ରାନ୍ତ ସମସ୍ତ ସୂଚନା ପ୍ରସାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସାମାଜିକ ଗଣମାଧ୍ୟମ ମଧ୍ୟ ସୂଚନା ପ୍ରସାରଣ କରିବାରେ ଉଲ୍ଲେଖନୀୟ ଦାୟିତ୍ୱ ନିର୍ବାହ କରିଥିଲା । ଏହିପରି ସମ୍ମିଳିତ ପ୍ରୟାସ ଯୋଗୁ ୯ହଜାର ସୁରକ୍ଷିତ ଆଶ୍ରୟସ୍ଥଳୀରେ ୧୫.୫ ଲକ୍ଷ ଲୋକଙ୍କୁ ଉଦ୍ଧାର କରି ରଖାଯାଇଥିଲା। ବୟସ୍କ, ଭିନ୍ନକ୍ଷମ, ମହିଳା ଶିଶୁମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ରାଜ୍ୟରେ ଥିବା ୮୭୯ଟି ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ପ୍ରତ୍ୟେକଟିରେ ୫୦ ଜଣ ଲେଖାଏଁ ସେ୍ୱଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ୪୦୦ ଆପଦ ମିତ୍ର ସେ୍ୱଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ନିୟୋଜିତ କରାଯାଇଥିଲା । ଗୋଷ୍ଠୀସ୍ତରୀୟ ସେ୍ୱଚ୍ଛାସେବୀ ଓ ଟାସ୍କଫୋର୍ସ ଟିମ ଲୋକମାନଙ୍କ ସହିତ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ସୁରକ୍ଷିତ ଭାବେ ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳୀକୁ ଆଣିବା କାର୍ଯ୍ୟରେ ନିୟୋଜିତ ରହିଥିଲେ । ରାଜନୈତିକ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସ୍ଥାନୀୟ ସରପଞ୍ଚ ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେମାନେ ଆଶ୍ରିତ ଲୋକମାନଙ୍କ ଖାଦ୍ୟ, ଆଲୋକ ବ୍ୟବସ୍ଥା, ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ପଦକ୍ଷେପ ପ୍ରତି ଦୃଷ୍ଟି ଦେଇଥିଲେ । ଏସବୁ ପଦକ୍ଷେପ ଯୋଗୁ ଉପକୂଳ ଓଡ଼ିଶାରେ ଅନେକ ଧନଜୀବନ ରକ୍ଷା ହେବା ସମ୍ଭବ ହୋଇଥିଲା । ଫନି ବାତ୍ୟାରେ ୬୪ ଜଣେ ଲୋକ ପ୍ରାଣ ହରାଇଥିଲେ । ମାତ୍ର ଅବହେଳା ଏବଂ ଆଗୁଆ ସତର୍କ ସୂଚନା ସତ୍ତେ୍ୱ ବାତ୍ୟା ସମୟରେ ବାହାରକୁ ଯିବା କାରଣରୁ ଏମାନଙ୍କର ମୃତୁ୍ୟ ଘଟିଥିଲା । ସବୁ ସମୟରେ ପ୍ରସ୍ତୁତ ରହିବା ଆମର ପ୍ରାଥମିକତା। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ । ଦଳଗତ ପ୍ରୟାସ, ପ୍ରଯୁକ୍ତି ଏବଂ ପାରଦର୍ଶିତା କାରଣରୁ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସଫଳତା ମିଳିପାରିଛି । ଦୁଇ ଦଶନ୍ଧି ଧରି ସରକାରୀ କଳର ଅନବରତ ପ୍ରୟାସ ଏବଂ ଗୋଷ୍ଠୀ ସହଭାଗୀତା ନଥିଲେ ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସମ୍ଭବ ହୋଇପାରିନଥାନ୍ତା । ଫନି ମୁକାବିଲାରେ ଆମେ ହାସଲ କରିଥିବା ସଫଳତା ଦିନ କେତେଟା କିମ୍ବା କିଛି ଘଣ୍ଟାର ପ୍ରୟାସ ନଥିଲା । ଏହା ଏକ ଦୀର୍ଘ ପ୍ରୟାସର ଫଳ ଥିଲା… ଦୁଇ ଦଶନ୍ଧି ଧରି ସରକାରୀ କଳର ଅନବରତ ପ୍ରୟାସ ଏବଂ ଗୋଷ୍ଠୀ ସହଭାଗିତା ନଥିଲେ ଏତେବଡ଼ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସମ୍ଭବ ହୋଇପାରି ନଥାନ୍ତା

ବିଷ୍ଣୁପଦ ସେଠୀ ,ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସ୍‌ଡମା ପରିଚାଳନା ନିର୍ଦ୍ଦେଶକ