ଫୁଲ ବଗିଚା ପ୍ରେମରେ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ, ଜାଣନ୍ତୁ କିଏ ସେହି ପ୍ରକୃତି ପ୍ରେମୀ ମହିଳା

ଭୁବନେଶ୍ବର :  ବସନ୍ତରେ ଫୁଲର ସମ୍ଭାର । ମନ ମେ।ହୁଛି ଭଳିକି ଭଳି ଦେଶୀ ବିଦେଶୀ ଫୁଲ । ଏମିତି ଏକ ଫୁଲ ବଗିଚା ରହିଛି ରାଜ୍ୟ ପ୍ରଶାସନିକ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ଘରେ । ଯାହା ଦେଖେଣାହାରୀଙ୍କୁ ଘଡିଏ ଅଟକି ରହିବାକୁ ବାଧ୍ୟ କରୁଛି ।

ଚାରିଆଡେ ଜାତି ଜାତିକା ଫୁଲର ସମ୍ଭାର । ସଲଭିଆ, ଜରବରା, ମାରିଗେ।ଲଡ,ଜିନିଆ ଭଳିକି ଭଳି ରଙ୍ଗ ବେରଙ୍ଗ ଫୁଲର ସମାହାର । ଫୁଲ ବଗିଚାକୁ ଦେଖିଲେ ପେଟ ପୁରିଯାଉଛି । ଫୁଲ ବଗିଚା ଦେଇ ଯାଉଥିବା ଲେ।କ​ ଘଡିଏ ଅଟକିବାକୁ ବାଧ୍ୟ ହେଉଛନ୍ତି । ଏମିତି ଏକ ଫୁଲ ବଗିଚା ରହିଛି ରାଜ୍ୟ ପ୍ରଶାସନିକ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ଘରେ । ଏଡେବଡ ଫୁଲ ବଗିଚାର ପୁରା ଦାୟିତ୍ବ କିନ୍ତୁ ତାଙ୍କ ଧର୍ମପତ୍ନୀ ଜୟାଙ୍କ ଉପରେ । ନିଜ ପିଲା ଭଳି ବଗିଚାର ଦାୟିତ୍ବ ତୁଲାଉଛନ୍ତି ଜୟା । ଆଣ୍ଟେରିନସ,ଗେ।ଲାପ,ଭରବେନା,ପପି,ଟେ।ରେନିଆ, ଆଷ୍ଟର, ଡାଲିଆ ଭଳି ୭୦ରୁ ୮୦ ଭେରାଇଟିର ଫୁଲ ରହିଛି ଏହି ଗାର୍ଡେନରେ । ତା ସାଙ୍ଗକୁ କାଟସ, ଅରଚିଡ ଓ ବେ।ନସାଇର କଲେକ୍ସନ ବି ରହିଛି । ସକାଳ ୭ଟାରୁ ୧୦ଟା ଯାଏ ଫୁଲ ବଗିଚାର ଯତ୍ନ ନିଅନ୍ତି ଜୟା । କେଉଁ ଗଛରେ କେତେ ପାଣି ଦିଆଯିବ, କେତେ ସାର ଦିଆଯିବ ସବୁ ତଦାରଖ କରନ୍ତି । ବିଶେଷ କରି ନୂଆ କରି ଆସିଥିବା ଗଛ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇଥାଆନ୍ତି ଜୟା । ପିଲାଟି ଦିନୁ ଗଛ ପ୍ରତି ସ୍ବତନ୍ତ୍ର ଆଗ୍ରହ ରଖିବା ସହ ଗଛ ସମ୍ବନ୍ଧରେ ସ୍ବତନ୍ତ୍ର ପଢାପଢିରେ ରୁଚି ରଖୁଥିଲେ ଜୟା । ଗଛ ମାନଙ୍କୁ ଏତେ ଭଲ ପାଆନ୍ତି ଯେ ବେଳେ ବେଳେ ସ୍ବାମୀ ଓ ପିଲାଙ୍କ ଅଭିଯେ।ଗର ଶୀକାର ହୁଅନ୍ତି । ସେମାନଙ୍କ ଅପେକ୍ଷା ଜୟା ଗଛମାନଙ୍କୁ ଅଧିକ ଭଲ ପାଆନ୍ତି ବେ।ଲି କୁହନ୍ତି । ତେବେ ଗଛ ଗୁଡିକର ଯତ୍ନ ନେଉ ନେଉ ନିଜେ ଫୁଲ ବଗିଚାର ମଜା ନେଇପାରନ୍ତିନି ସତ କିନ୍ତୁ ବନ୍ଧୁ ପରିଜନଙ୍କ  ପ୍ରଶଂସାରେ ପେଟପୁରିଯାଏ ବୋଲି କୁହନ୍ତି  ଜୟା । ଖାଲି ସେତିକି ଜୟା ପ୍ରତ୍ୟେକ ବର୍ଷ ପ୍ଳାଣ୍ଟ ଲଭରର୍ସ ଆସେ।ସିଏସନ ଦ୍ବାରା କରାଯାଉଥିବା ବିଭିନ୍ନ ପ୍ରତିଯେ।ଗିତାରେ ଭାଗ ନେଇ ଅନେକବାର ପୁରସ୍କୃତ ବି ହେଇଛନ୍ତି ।