ତ୍ରିପୁରାରେ ବନ୍ୟା: ୧୦୦୦ ପରିବାର କ୍ଷତିଗ୍ରସ୍ତ

ଧର୍ମନଗର: ଅତି ପ୍ରବଳ ବର୍ଷା ହେବା ଫଳରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଫଳରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଥିବା ଜଣାଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏବେ ସେଠାରେ ୨୨ଟି ଏନଡିଆରଏଫ ଟିମ ବନ୍ୟା ପ୍ରପୀଡ଼ିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିପଡ଼ିଛନ୍ତି ।

ଏନଡିଆରଏଫ ଟିମ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ଜୋରଦାର କାମ କରୁଛନ୍ତି । ବଳ ବର୍ଷା ପରେ ଜୁରୀ ଏବଂ କାକଟି ନଦୀର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ଲୋକଙ୍କର ଅବସ୍ଥା ନାହି ନଥିବା ଅସୁବିଧା ଦେଖାଯାଇଛି । ଉଦ୍ଧାର କାର୍ଯ୍ୟରେ ୯ଟି ଦ୍ରୁତଗାମୀ ଡଙ୍ଗା, ୪୦ ଉଦ୍ଧାରକାରୀ ଡଙ୍ଗା କାମ କରୁଛି ।ତ୍ରିପୁରା ଷ୍ଟେଟ ରାଇଫଲ, ଦମକଳ ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି । ବନ୍ୟାଯୋଗୁଁ ୧୦୩୯ ଘର କ୍ଷତି ପହଂଚିଛି । ତ୍ରିପୁରା ସରକାର ବନ୍ୟା ପ୍ରପୀଡ଼ିତ ଲୋକଙ୍କପାଇଁ ରିଲିଫ୍ ବ୍ୟବସ୍ଥା କରିଛନ୍ତି।