ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍ : ବନ୍ୟା ଆଶଙ୍କା

ସମ୍ବଲପୁର: ହୀରାକୁଦ ଡ଼୍ୟାମ୍‌ରୁ ଛଡ଼ାଯାଉଛି ବନ୍ୟାଜଳ। ଆଜି ଗୋଟିଏ ଦିନରେ ୨୦ଟି ଗେଟ୍ ଦେଇ ଚଳିତ ବର୍ଷର ବନ୍ୟା ଜଳ ଛଡ଼ାଯାଉଛି । ଗତକାଲି ସାଙ୍କେତିକ ଭାବେ ଗୋଟିଏ ଗେଟ୍ ଖୋଲି ବନ୍ଦ କରିଦିଆଯାଇଥିଲା। ଏପଟେ ବର୍ଷା ଯୋଗୁ ନଈରେ...

ସମ୍ବଲପୁର: ହୀରାକୁଦ ଡ଼୍ୟାମ୍‌ରୁ ଛଡ଼ାଯାଉଛି ବନ୍ୟାଜଳ। ଆଜି ଗୋଟିଏ ଦିନରେ ୨୦ଟି ଗେଟ୍ ଦେଇ ଚଳିତ ବର୍ଷର ବନ୍ୟା ଜଳ ଛଡ଼ାଯାଉଛି । ଗତକାଲି ସାଙ୍କେତିକ ଭାବେ ଗୋଟିଏ ଗେଟ୍ ଖୋଲି ବନ୍ଦ କରିଦିଆଯାଇଥିଲା। ଏପଟେ ବର୍ଷା ଯୋଗୁ ନଈରେ ଜଳପତ୍ତନ ବୃଦ୍ଧି ହୋଇଥିବାରୁ ହୀରାକୁଦ ପାଣି ଆସିବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏହାକୁ ନେଇ ନଈକୂଳିଆ ଲୋକେ ଛାନିଆ ହୋଇପଡିଛନ୍ତି । ତେବେ ବର୍ତ୍ତମାନ ପାଇଁ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ଜଳସଂପଦ ସଚିବ କହିଛନ୍ତି ।  ଆଜି ଗୋଟିଏ ଦିନରେ ହୀରାକୁଦରେ୨୦ଟି ଗେଟ୍ ଖୋଲାଯାଇଛି। ପରେ ପର୍ଯ୍ୟାୟକ୍ରମେ ମୋଟ୍ ୧୬ଟି ଗେଟ୍ ଦେଇ ଛଡାଯାଇଥିଲା ବନ୍ୟାଜଳ ।

ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ଅଢ଼େଇ ଲକ୍ଷ କୁ୍ୟସେକ୍ ଜଳ ଛଡ଼ାଯାଉଛି। ଯଦି ଉପରମୁଣ୍ଡରେ ଅଧିକ ବର୍ଷା ହୁଏ, ତେବେ ଆବଶ୍ୟକସ୍ଥଳେ ଆହୁରି ଗେଟ୍ ଖୋଲାଯିବ। ଏପଟେ ମହାନଦୀର ତଳମୁଣ୍ଡରେ ଏବଂ ଶାଖା ନଦୀର ବିଭିନ୍ନ ସ୍ଥାନରେ ଧିରେ ଧିରେ ଜଳସ୍ତର ବଢ଼ିବାରେ ଲାଗିଛି।  ଫଳରେ ଆଶଙ୍କାରେ ରହିଛନ୍ତି ମହାନଦୀ କୂଳିଆ ଲୋକେ।

କାରଣ କେଉଁଠି ୮ ଘଣ୍ଟା ତ’ ଆଉ କେଉଁଠି ୨୪ ଘଣ୍ଟା ମଧ୍ୟରେ ପହଞ୍ଚିବ ହୀରାକୁଦ ଡ୍ୟାମ୍‌ଛଡ଼ାଯାଇଥିବା ବନ୍ୟାଜଳ । ମହାନଦୀର ବନ୍ୟାଜଳ ଆସନ୍ତା ୨ ଦିନ ମଧ୍ୟରେ କଟକ ନରାଜ ଓ ମୁଣ୍ଡଳୀ ଦେଇ ଅତିକ୍ରମ କରିବ। ଏହାପୂର୍ବରୁ ତେଲ୍ ନଦୀର ବନ୍ୟା ପାଣି ମାଡ଼ି ଆସିବାରୁ ନରାଜରେ ୪୬ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଡ୍ୟାମ୍ର ପାଣି ପହଞ୍ଚିବା ପରେ ନରାଜ ଏବଂ ମୁଣ୍ଡଳିରେ ଆହୁରି ଜଳସ୍ତର ବଢ଼ିବ। ତେବେ ବଡ଼ଧରଣର ବନ୍ୟା ଆଶଙ୍କା ନଥିଲେ ବି କାଳେ କେଉଁଠି ପାଣି ପଶିଯିବ, ତାକୁ ଦୃଷ୍ଟିରୁ ରଖି ମହାନଦୀ କୂଳ ଜିଲ୍ଲାର ଜଳସମ୍ବଦ ବିଭାଗ ଅଧିକାରୀଙ୍କ ଛୁଟିକୁ ବାତିଲ୍ କରିଦିଆଯାଇଛି । ତା’ସହ ବାଲି ବସ୍ତା ଓ ବହ୍ଲା ପକାଇ ନଦୀ ବନ୍ଧ ଗୁଡ଼ିକୁ ମଜଭୁତ୍ କରାଯାଉଛି ।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...